Only for Entertainment

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ପାଳନ୍ତୁ ଏହି ନିୟମ, ବଦଳିପାରେ ଭାଗ୍ୟ ।

raw story
0 60

ହିନ୍ଦୁ ଧର୍ମରେ ସୁର୍ଯ୍ୟଙ୍କୁ ଦେବତାଙ୍କ ସହିତ ତୁଳନା କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ ଏବଂ ସମ୍ମାନର କାରକ ଗ୍ରହ ବୋଲି କୁହାଯାଏ । କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ସମାଜରେ ପ୍ରସିଦ୍ଧି ଲାଭ କରିଥାଏ । ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଦେବା କଥା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି । ଏହି କଥାକୁ ଅଧିକାଂଶ ଲୋକ ପାଳନ ମଧ୍ୟ କରନ୍ତି । କିନ୍ତୁ ଏଭଳି କିଛି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ସଫଳତା ହାସଲ ହୋଇଥାଏ ।

  • ସୂର୍ଯ୍ୟଙ୍କୁ ଜଳ ଚଢାଇବାର ପ୍ରଥମ ନିୟମ ହେଉଛି ଯେ ସୁର୍ଯ୍ୟେଦୟର କିଛି ସମୟ ପରେ ସୂର୍ଯ୍ୟଙ୍କୁ ଜଳ ଚଢାଇବା ଶୁଭ ହୋଇଥାଏ । ସକାଳେ ୮ଟା ପୂର୍ବରୁ ସୂର୍ଯ୍ୟଙ୍କୁ ଜଳ ଚଢାଇବା ଦରକାର ।
  • ସୂର୍ଯ୍ୟଙ୍କୁ ଜଳ ଚଢାଇବା ସମୟରେ ଷ୍ଟିଲ, ଲୁହା କିମ୍ବା ଆଲୁମିନିୟମ ଆଦି ପାତ୍ରରେ ଜଳ ନ ଚଢାଇ ତମ୍ବା ପାତ୍ରରେ ଜଳ ଚଢାଇବା ଉଚିତ ।
  • ଜଳ ଚଢାଇବା ସମୟରେ ଜଳରେ କିଛି ମାତ୍ରାରେ ଲାଲ ଚନ୍ଦନ ଏବଂ ଲାଲ ଫୁଲ ମିଶାଇବା ଦରକାର ।
  • ଏତଦ ବ୍ୟତୀତ ସୂର୍ଯ୍ୟଙ୍କ ମନ୍ତ୍ର ଯେପରିକି ଓଁ ଭାସ୍କରାୟ ନମଃ, ଆଦିତ୍ୟାୟ ନମଃ, ଓଁ ଖଗାୟ ନମଃ ଆଦି ଜପ କରିବା ଆବଶ୍ୟକ ।
    ସୂର୍ଯ୍ୟଙ୍କୁ ୭ ଥର ଜଳ ଚଢାଇବା ଉଚିତ ।
  • ଏହି ସମୟରେ ମନ୍ତ୍ର ଜପ କଲେ ସର୍ବ ସିଦ୍ଧି ହୋଇଥାଏ । ଯଦି ଏହା ସହିତ ଲାଲ ବସ୍ତ୍ର ଧାରଣ କରାଯାଏ ତେବେ ଏହା ଖୁବ ଲାଭଦାୟକ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More