Only for Entertainment

ବ୍ୟଞ୍ଜନରେ ଲୁଣ ଅଧିକ ହେଲେ କ’ଣ କରିବେ ? ଜାଣି ରଖନ୍ତୁ କିଛି ଟିପ୍ସ

FoodsNG
0 36

ଘରଣୀଙ୍କୁ ସବୁକାମରେ ପାରଙ୍ଗମ ହେବାକୁ ପଡିଥାଏ । ନଚେତ ସାମାନ୍ୟ କାମରେ ତୃଟି ଦେଖାଦେଲେ ଆରମ୍ଭ ହୋଇଯାଏ ଅନ୍ୟ ମାନଙ୍କର ଟାହି ଟାପରା । ତେଣୁ ଘରଣୀମାନଙ୍କୁ ସଜାଗ ହୋଇ ଚତୁରତାର ସହିତ କାମ କରିବା ଉଚିତ । ଅନେକ ସମୟରେ ସ୍ୱାଦିଷ୍ଟ ଖାଦ୍ୟରେ ସାମନ୍ୟ ଲୁଣ ଅଧିକ ହେଲେ, ପରିବାରର ସଦସ୍ୟମାନେ ଅଭିଯୋଗ କରିଥାନ୍ତି । ତେଣୁ ବ୍ୟଞ୍ଜନରେ ଲୁଣ ଅଧିକ ହୋଇଯାଇଥିଲେ ଏହି ଉପାୟ ଆପଣାନ୍ତୁ ।

  • ତରକାରି ଅଧିକ ଲୁଣିଆ ହୋଇଗଲେ ସେଥିରେ କିଛି ଆଳୁ କାଟି ପକାଇ ଦିଅନ୍ତୁ । କିଛି ସମୟ ପରେ ସେହି କଟା ଆଳୁକୁ ବାହାର କରିଦିଅନ୍ତୁ । ଦେଖିବେ ତରକାରିର ସ୍ୱାଦ ଠିକ ହୋଇଯିବ ।
  • ଅନ୍ୟ ଉପାୟ ହେଉଛି ଲୁଣିଆ ତରକାରିରେ ଅଟା ଚକଟା କିଛି ସମୟ ପକାଇ ବାହାର କରିନେବେ । ଏହା ତରକାରିର ଲୁଣକୁ ନିୟନ୍ତ୍ରଣ କରିପାରେ ।
  • ଏହା ବାଦ ତରକାରିରେ ଦହି ମିଶାଇଲେ ତାହା ସୁସ୍ୱାଦୁ ହେବା ସହିତ ଲୁଣ ପ୍ରଭାବକୁ ହ୍ରାସ କରିଥାଏ ।
  • ଆପଣ ଚାହିଁଲେ ଲେମ୍ବୁର ପ୍ରୟୋଗ ମଧ୍ୟ କରିପାରିବେ । ଏହା ଲୁଣକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More