Only for Entertainment

ଆପଣଙ୍କ ସ୍ୱାମୀ ଦାୟିତ୍ୱହୀନ କି ? କରନ୍ତୁ ଏହି କାମ

Brainguyz
0 67

ଯଦି ସ୍ୱାମୀ ଦାୟିତ୍ୱହୀନ ଅଟନ୍ତି, ତେବେ ଆପଣ ତାଙ୍କ ଧ୍ୟାନ ତାଙ୍କ କାମ ଆଡକୁ ଆଣିପାରିବ । ମହତ୍ୱପୂର୍ଣ୍ଣ କାମଗୁଡିକର ଅଲଗା ଅଲଗା ଚିଠା ପ୍ରସ୍ତୁତି କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ ଠିକ୍ ସମୟରେ କାମ ସମ୍ପୂର୍ଣ୍ଣ ନ ହେଲେ କ୍ଷତି ହୋଇପାରେ । ଆପଣ ତାଙ୍କ ପର୍ସ, କାର୍ର ଝରକାରେ କାମର ଚିଠା ଲଗାଇ ଦିଅନ୍ତୁ । ତାଦ୍ୱାରା ଚିଠା ଉପରେ ନଜର ପଡ଼ିଲେ ସେ କରିନଥିବା କାମ ମନେ ପଡ଼ିଯିବ । ସେ ଆପଣଙ୍କ ନିକଟରେ କୃତଜ୍ଞ ରହିବେ । ଆପଣ ଏମିତି ପରିସ୍ଥିତି ସୃଷ୍ଟି କରନ୍ତୁ ଯେ ସେ ନେଇଥିବା ଦାୟିତ୍ୱକୁ ଆଗ୍ରହର ସହିତ ସମ୍ପାଦନ କରିବେ । ଯେବେ ସେ ନିଜର ଦାୟିତ୍ୱ ସମ୍ପାଦନ କରିବେ ଆପଣ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବେ ଏବଂ ତାଙ୍କର ପ୍ରଶଂସା ଭୁଲିବେ ନାହିଁ ।

ମହିଳାମାନଙ୍କର ଅଭ୍ୟାସ ଥାଏ ପ୍ରତି କଥାରେ ଆପତ୍ତି ଉଠାଇବା । ଯଦି ସ୍ୱାମୀ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ସ୍ପୋର୍ଟସ ଚାନେଲ ଦେଖନ୍ତି ତେବେ ଆପଣ ଆପତ୍ତି ଉଠାନ୍ତି ଯେ ଅଫିସ୍ରୁ ଫେରି ସବୁ ସମୟ ଟିଭିକୁ ଦେଉଛନ୍ତି ଯାହାକି ତାଙ୍କ ପିଲାମାନଙ୍କୁ ଦେବା କଥା । ଏଇଠି ଆପଣଙ୍କୁ ବୁଝିବାକୁ ହେବ ଯେ ତାହା ହେଉଛି ଆପଣଙ୍କ ସ୍ୱାମୀଙ୍କ ଟିଭି ଦେଖିବାର ସମୟ । ଯଦି ଆପଣ ଚାହୁଁଛନ୍ତି ଯେ ସ୍ୱାମୀଙ୍କୁ ପିଲାମାନଙ୍କ ସହିତ ସମୟ ବିତାଇବା କଥା, ତେବେ ତାଙ୍କୁ ସପ୍ତାହରେ ଦୁଇ ଦିନ ପିଲାମାନଙ୍କ ସହିତ ଖେଳିବାକୁ ଦିଅନ୍ତୁ, ଗପ କରିବାକୁ ଦିଅନ୍ତୁ, ସାଙ୍ଗରେ ବୁଲିବାକୁ ଦିଅନ୍ତୁ । ଯଦି ସମ୍ଭବ ହୁଏ ତେବେ ଆପଣ ମଧ୍ୟ ତାଙ୍କ ସହିତ ନିଜକୁ ସାମିଲ କରିପାରିବେ ।

Husband-wife-sweet-couple-love-best-happy-wallpapers

ଭାଙ୍ଗି ଯାଇଥିବା ନଳ କିମ୍ବା ପ୍ରେସର କୁକରକୁ ଠିକ୍ କରି ସେ ନିଜର ଘର ପ୍ରତି ଦାୟିତ୍ୱବୋଧକୁ ଦେଖାଇ ଥାଆନ୍ତି । ଯଦି ଆପଣ ଗୋଲାପ ଚାହିଁବେ ଏବଂ ସେ ଆପଣଙ୍କ ହାତରେ କଦୁ ଧରାଇ ଦିଅନ୍ତି ତେବେ ପ୍ରେମର ସ୍ୱାଦ ଫିକା ପଡ଼ିଯାଏ । ଆପଣ ନିଜ ଇଚ୍ଛାକୁ ଧୀରେ ଧୀରେ ତାଙ୍କ ସାମନାକୁ ଆଣନ୍ତୁ । କେବେ କେବେ ତାଙ୍କୁ ଉପହାର ପ୍ରଦାନ କରନ୍ତୁ । ଏହିପରି ଆପଣ ତାଙ୍କୁ ରୋମାନ୍ସ ସହିତ ପରିଚିତ କରାଇପାରିବେ ।

ଆପଣ ତାଙ୍କଠୁ ସକାରାତ୍ମକ ବ୍ୟବହାର ପାଇବେ । ଯଦି ସେ ପ୍ରେମ କରି ଜାଣୁନାହାନ୍ତି ସାହାଯ୍ୟ କରନ୍ତୁ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖକର ହୋଇଉଠିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More