Only for Entertainment

ସୂର୍ଯ୍ୟ ଦେବତାଙ୍କୁ କପରି କରିବେ ସନ୍ତୁଷ୍ଟ, ଆପଣାନ୍ତୁ କିଛି ଟିପ୍ସ

Christ Church
0 64

ହିନ୍ଦୁ ପୌରାଣିକ କଥାନୁସାରେ, ସୂର୍ଯ୍ୟଙ୍କୁ ବ୍ରହ୍ମାଣ୍ଡର ଆତ୍ମା କୁହାଯାଏ । ସୂର୍ଯ୍ୟଦେବ ହିନ୍ଦୁ ଧର୍ମର ପଂଚଦେବତାଙ୍କ ମଧ୍ୟରେ ପ୍ରମୁଖ । ରବିବାର ସୂର୍ଯ୍ୟଦେବତାଙ୍କ ବାର ହୋଇଥିବାରୁ ଏହି ଦିନରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । କିନ୍ତୁ ଯଦି ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ସ୍ଥାନରେ ରହନ୍ତି ତେବେ ବ୍ୟକ୍ତି ଜଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବିଶେଷ କରି ସୂର୍ଯ୍ୟଦଶା ଯିଏ ଭୋଗ କରେ ତାକୁ ମୁଣ୍ଡବ୍ୟଥା, ଜ୍ୱର, ଚକ୍ଷୁ ରୋଗ ପରି ରୋଗର ଭୋଗିବାକୁ ପଡିଥାଏ । ତେବେ କିଛି ଉପାୟ ଅବଲମ୍ବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହିତ ସଫଳତା ମିଳିବ ।

– କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁଡ ଖାଆନ୍ତୁ ଓ ପାଣି ପିଅନ୍ତୁ । ରବିବାର ଦିନ ଗୁଡ ଖିରି କରି ବ୍ରାହ୍ନଣ ଓ ଗରିବ ଲୋକଙ୍କୁ ଖାଇବାକୁ ଦେଲେ ସୂର୍ଯ୍ୟ ଗ୍ରହଙ୍କର ନକରାତ୍ମକ ପ୍ରଭାବ କମ ହୋଇଥାଏ ।

– ରବିବାର ଦିନ କିଛି ଗୁଡକୁ ବୋହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

– ଘରେ ଦକ୍ଷିଣ ଦିଗରେ ଥିବା ରୁମକୁ ଅନ୍ଧାର ରଖନ୍ତୁ ।

– ପକ୍ଷୀ ଏବଂ ପଶୁମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ତା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More