Only for Entertainment

ଚିନିରେ ପିମ୍ପୁଡି ନ ଲାଗିବା ପାଇଁ ଆପଣାନ୍ତୁ ଏହି ସମସ୍ତ ଉପାୟ ।

terro
0 57

ଏବେ ଖରା ଦିନ ଆସିଲାଣି। ଯେଉଁଠି ଯାହା ରଖିଲେ ପିମ୍ପୁଡି ଲାଗିବା ନିଶ୍ଚିତ। ଚିନି ୨ ମିନିଟ ପାଇଁ ଖୋଲାରେ ରଖିଲେ ମଧ୍ୟ ପିମ୍ପୁଡି ଲାଗିଯାଆନ୍ତି । ଏଥିରୁ ରକ୍ଷା ପାଇବା ଲାଗି ଯେତେ ଉପାୟ କଲେ ସୁଦ୍ଧା କିଛି ଲାଭ ମିଳି ନଥାଏ । ଏମିତି କେତେକ ସହଜ ଉପାୟ ଥରେ ଆପଣାଇ ଦେଖନ୍ତୁ

• ଯଦି କୈାଣସି ଡବାରେ ମିଠା ଜିନିଷ ରହିଛି, ତେବେ ତା ଚାରି ପାଖରେ ଟିକେ ସୋରିଷ ତେଲ ଲଗାଇ ଦିଅନ୍ତୁ । ପିମ୍ପୁଡି ଭିତରକୁ ପଶିପାରିବେ ନାହିଁ ।

• ବେକିଙ୍ଗ ସୋଡା ସହିତ ଗୁଣ୍ଡ ଚିନି ମିଶାଇ ପିମ୍ପୁଡି ଆସୁଥିବା ଜାଗାରେ ପକାଇଦିଅନ୍ତୁ । ତୁରନ୍ତ ସେମାନେ ପଳାଇବେ ।

• କିରୋସିନି ତେଲ ବି ଏଥିପାଇଁ ଦରକାରୀ । ପିମ୍ପୁଡି ହେଉଥିବା ଜାଗାରେ କିରୋସିନି ସ୍ପ୍ରେ କରିଦେଲେ ଆଉ ଆସନ୍ତି ନାହିଁ ।
• ଲବଙ୍ଗର ସୁଗନ୍ଧରେ ପିମ୍ପୁଡି ପଶିପାରନ୍ତି ନାହିଁ । ତେଣୁ ଚିନି କିମ୍ବା ମିଠା ଜିନିଷ ଥିବା ଡବାରେ ୨-୩ଟି ଲବଙ୍ଗ ପକାଇ ଦିଅନ୍ତୁ । ପିମ୍ପୁଡି ହେବେ ନାହିଁ ।

• ହଳଦୀ ବି ପିମ୍ପୁଡିର ଶତ୍ରୁ । ପିମ୍ପୁଡି ହେଉଥିବା ସ୍ଥାନରେ ହଳଦୀ ଗୁଣ୍ଡ ଟିକେ ପକାଇଦେଲେ ସେମାନେ ପଳାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More