Only for Entertainment

ଜୀବନଶୈଳୀରେ କରନ୍ତୁ ପରିବର୍ତ୍ତନ କମିବ ହୃଦଘାତ ଆଶଙ୍କା

Health Cautions
0 61

ହୃଦରୋଗ ବିଶେଷଜ୍ଞ ଡାକ୍ତର ରାଜନୀଶ ମାଲହୋତ୍ରା କହିଛନ୍ତି ଯେ ଯେଉଁମାନେ ହୃଦଘାତରୁ ରକ୍ଷା ପାଇବାକୁ ଚାହାଁନ୍ତି, ସେମାନେ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯେଉଁମାନେ ବର୍ଷକ ଭିତରେ ୮୦ ଦିନ ଭାତ ନ ଖାଇବେ, ସେମାନଙ୍କୁ ହୃଦ୍ଘାତ ହେବାର ଆଶଙ୍କା କମ୍ । ପ୍ରତିଦିନ ଭାତ ବା ରୁଟି ଖାଇଲେ ଇନସୁଲିନ୍ ସ୍ତର ବଢିଥାଏ । ଏହାଛଡ଼ା କାର୍ଡିୟୋଭାସ୍କକୁଲାର୍ ଟ୍ରେନିଂ ପ୍ରତି ସପ୍ତାହରେ ୮୦ ମିନିଟ୍ ଯାଏଁ ଜରୁରୀ । ପ୍ରତିଦିନ ଏକ ମିନିଟ୍ରେ ୮୦ ପାହୁଣ୍ଡ ଚାଲନ୍ତୁ । ପ୍ରତିଦିନ ୮୦ ଥର ଶ୍ୱାସ ଛାଡ଼ି ପ୍ରାଣାୟମ କରନ୍ତୁ ।ଏହା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମି ଯାଇଥାଏ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ତାହା ଅନୁଯାୟୀ ସର୍ବାଧିକ ହୃଦ୍ଘାତ ମାମଲା ଭାରତରେ ଦେଖିବାକୁ ମିଳିଛି । ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ଅଧିକ ଏହା ପରିଲିକ୍ଷିତ ହୋଇଛି ।
ବର୍ଷକୁ ପ୍ରାୟ ୨୦ ଲକ୍ଷ ଭାରତୀୟ ହୃଦ୍ଘାତର ଶିକାର ହୋଇଥାନ୍ତି । ଏମାନଙ୍କ ମଧ୍ୟରୁ ପ୍ରତି ୩୩ ସେକେଣ୍ଡରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ପଟପଡଙ୍ଗଜସ୍ଥିତ ମେକସ ସୁପର ସ୍ପେସିଆଲିଟି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ରଜନୀଶ ମାଲହୋତ୍ରା । ଡାକ୍ତର ବିବେକ କହିଛନ୍ତି ଯେ ହୃଦଘାତ ଅର୍ଥାତ୍ ମାୟୋକାର୍ଡିଆଲ୍ ଇନ୍ଫେକ୍ସନ ରକ୍ତରେ ଅମ୍ଳଜାନ ଥିବା ଯୋଗୁଁ ହୃଦୟର କୋଷଗୁଡିକରେ ହେଉଥିବା ସ୍ଥାୟୀ କ୍ଷତିକୁ କୁହାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More