Only for Entertainment

ଶୀତ ଦିନେ ଏହି ଉପାୟରେ ନିଅନ୍ତୁ ଓଠର ଯତ୍ନ , ଜାଣନ୍ତୁ !

79

ଶୀତ ଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଘରୋଇ ଉପଚାର କରନ୍ତୁ, ଓଠ ଫାଟିବ ନାହିଁ ବରଂ ନରମ ରହିବ। ଓଠରେ ମହୁ, ନଡ଼ିଆ ତେଲ କି˚ବା ଅଲିଭ୍‌ ତେଲ ଲଗାନ୍ତୁ। ମହୁରେ ଚିନି ଗୋଳାଇ ଓଠରେ ଥାପି ଦିଅନ୍ତୁ। କୋଡ଼ିଏ ମିନିଟ୍‌ ପରେ ଉଷୁମ ପାଣିରେ ଧୁଅନ୍ତୁ। ସଜ ଗୋଲାପ ପାଖୁଡ଼ା ବାଟି କଞ୍ଚା କ୍ଷୀର କି˚ବା ଗ୍ଲିସେରିନ୍‌ରେ ଗୋଳାଇ ଓଠରେ ଲଗାଇବା ଦ୍ବାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ମିଳେ। ଗୁଡ଼ରେ ଅଲିଭ୍‌ ତେଲ ଓ ମହୁ ଫେଣ୍ଟି ଲଗାଇପାରିବେ।

ରାତିରେ ଶୋଇବା ପୂର୍ବରୁ ଲେମ୍ବୁ ରସ ଓ ମହୁରେ ଜଡ଼ା ତେଲ ଫେଣ୍ଟି ଓଠରେ ଲଗାଇବା ଦ୍ବାରା ଓଠ ଫାଟିବା କମେ। ତେବେ, ଓଠ ଫାଟିଥିଲେ ଉଷୁମ ପାଣିରେ ତୁଳ ବୁଡ଼ାଇ ଓଠକୁ ପୋଛିଦିଅନ୍ତୁ ଓ କ୍ଷୀର ସର ଲଗାନ୍ତୁ। ଶୀତ ଦିନେ ଅଧିକ ପାଣି ପିଅନ୍ତୁ। ଜଳଶୁଷ୍କତା ପ୍ରତି ଦିନ ଓଠରେ ଥରେ, ଦୁଇ ଥର ଘିକୁଆଁରୀ ରସ ଲଗାଇବା ଦ୍ବାରା ଓଠକୁ ଆର୍ଦ୍ର ରହିବ, ଫାଟିବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More