Only for Entertainment

ସୁଗାର ଫ୍ରି ଜିନିଷରେ ସୁଗାର ଅଛି କି ନାହିଁ ଜାଣିବେ କିପରି ? ମନେରଖନ୍ତୁ କିଛି ଟିପ୍ସ

Amar Ujala
0 41

ଅଧିକାଂଶ ସମୟରେ ସୁଗାର ଫ୍ରି ଲେଖାଯାଇଥିବା ଖାଦ୍ୟ ସାମଗ୍ରୀ କିଣି ଆପଣ ଠକାମିର ଶିକାର ହୋଇଥାଆନ୍ତି । କାରଣ, ସୁଗାର ଫ୍ରି ନାଁରେ ବିଭିନ୍ନ କଂପାନୀଗୁଡିକ ଉପଭୋକ୍ତାଙ୍କୁ ବୋକା ବନେଇବାରେ ଲାଗିିଛନ୍ତି । ତେଣୁ, ଆଜି ଆମେ ଆପଣଙ୍କୁ ଏନେଇ କିଛି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣ କିଣିଥିବା ଜିନିଷଟି ସୁଗାର ଫ୍ରି କି ନୁହେଁ ।

  • ଯେତେବେଳେ ଆପଣ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଡକ୍ଟର ଲେବୁଲକୁ ଧ୍ୟାନର ସହ ପଢନ୍ତୁ । ଯଦି କିଣିଥିବା ସାମଗ୍ରୀଟିର କୌଣସି ବି ଠାରେ ସୁଗାର ବା ମିଠା ବୋଲି ଲେଖାଯାଇଥିବାର ନଜର ଆସେ ତେବେ ବୁଝିଯିବେ କି ଉକ୍ତ ଜିନିଷଟି କେବେହେଲେ ସୁଗାର ଫ୍ରି ପ୍ରଡକ୍ଟ ନୁହେଁ ।
  • କିଛି କଂପାନୀ ନିଜ ପ୍ରଡକ୍ଟ ଲେବୁଲରେ ଅର୍ଗାନିକ୍ ସୁଗାର ଶଦ୍ଧର ପ୍ରାୟତଃ ବ୍ୟବହାର କରିଥାଆନ୍ତି । ତେବେ ଏହି ଶଦ୍ଧ ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ ହୋଇଥାଏ । କାରଣ, ଉପଭୋକ୍ତାଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଶଦ୍ଧର ପ୍ରୟୋଗ କଂପାନୀଗୁଡିକ ସାଧାରଣତଃ କରିଥାଆନ୍ତି । କିନ୍ତୁ ବାସ୍ତବରେ ଏଭଳି ସାମଗ୍ରୀରେ ମିଠା ଅଂଶ ଥାଏ ।
  • କିଣିବା ସମୟରେ ପ୍ରଡକ୍ଟ ଲେବୁଲରେ ଥିବା ସର୍ବ ମୋଟ ସୁଗାର ସ୍କେଲକୁ ମୁଖ୍ୟତଃ ଚେକ୍ କରନ୍ତୁ । କାରଣ, କିଛି କଂପାନୀ ଏହି ପ୍ରଡକ୍ଟରେ ବ୍ୟବହାର କରିଥିବା ସୁଗାରର ମାତ୍ରାକୁ ଉଲ୍ଲେଖ କରିଥାଆନ୍ତି ।
  • ଯଦି ଆପଣ କିଣିଥିବା ସାମଗ୍ରୀ ତଥା ପ୍ରଡକ୍ଟରେ ନାଚୁରାଲ୍ ସୁଗାର ସଂପର୍କରେ ଉଲ୍ଲେଖ ଥାଏ ତେବେ ଆପଣ ବୁଝି ଯାଆନ୍ତୁ କି ନାଚୁରାଲ ସୁଗାର ମଧ୍ୟ ସାମାନ୍ୟ ସୁଗାର ଭଳି କ୍ଷତିକାରକ ହୋଇଥାଏ । ବିଭିନ୍ନ ଫଳ ରସରେ ତିଆରି ପ୍ରଡକ୍ଟରେ ଥିବା ନାଚୁରାଲ୍ ସୁଗାର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହାନୀକାରକ ହୋଇଥାଏ ।
  • ନ୍ୟୁଟ୍ରିସନ ଏକ୍ସପୋର୍ଟ ଇ.ସି ଖୋସଲୋ ଏକ ସାକ୍ଷତକାରରେ କହିଥିଲେ ଯେ ‘’କୌଣସି ପ୍ରଡକ୍ଟ ହୁଏତ ଫ୍ୟାଟ୍ ଫ୍ରି ହୋଇଥାଇପାରେ ମାତ୍ର ଏହା କହିବା ସଂପୂର୍ଣ୍ଣ ଭୂଲ ହେବ ଯେ ଏଥିରେ ସୁଗାରର ମାତ୍ରା ଅଧିକ ନ ଥାଇପାରେ ବୋଲି । ଏଥିପାଇଁ କିଣିବା ସମୟରେ ଆପଣ ଏହାର ଲେବୁଲକୁ ଭଲଭାବରେ ତଦାରଖ କରିବା ଜରୁରୀ ଅଟେ ।’’
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More