Only for Entertainment

ମାଛ ଖାଇବାପରେ ବାସନରୁ ଦୁର୍ଗନ୍ଧ ଯାଉ ନାହିଁ ? ତେବେ ଆପଣାନ୍ତୁ ଏହି ଟିପ୍ସ ।

shopmom
0 36

ମାଛ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ହେଲେ ଆମେ ଯେଉଁ ପାତ୍ରରେ ମାଛ ରୋଷେଇ କରିଥାଉ କିମ୍ୱା ଯେଉଁ ପ୍ଲେଟ୍‌ରେ ଖାଇଥାଉ ତା ବାସ୍ନା ଶୀଘ୍ର ଯାଇ ନଥାଏ। ଆପଣ ମଧ୍ୟ ଏପରି ସମସ୍ୟାରେ ପଡ଼ିଥାଇ ପାରନ୍ତି। ହେଲେ ଚିନ୍ତା କରନ୍ତୁ ନାହିଁ ଆମେ ଆଜି ଏପରି କିଛି ଟିପ୍ସ ଦେବୁ ଅତି ସହଜରେ ଆପଣଙ୍କ ବାସନରୁ ବାସ୍ନା ଉଡ଼ିଯିବ।

ଭିନେଗାର

ଭିନେଗାର କେବଳ ବାସନର ମଇଳା ସଫା କରେ ନାହିଁ ଏହା ବାସନକୁ ଚକ୍‌ଚକ୍‌ ମଧ୍ୟ କରିଥାଏ। ଯଦି ଆପଣ ବାସନରୁ ବାସ୍ନା ହଟାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ବାସନକୁ ହାଲ୍‌କା ଭାବେ ସାବୁନରେ ସଫା କରି ଦିଅନ୍ତୁ। ଏହାପରେ ବାସନରେ ଏକ ଚାମଚ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଆଉ ଧୋଇଦେଲା ପରେ ଦେଖିବେ ଆଇଁଷ ବାସ୍ନା ପୂରା ଗାଏବ।

କମଳା ଚୋପା

ମାଛ ତରକାରୀ କରିଥିବା ବାସନରେ ଲେମ୍ବୁ କିମ୍ୱା କମଳା ଚୋପାକୁ ପାଣିରେ ପକାଇ ଗରମ କରନ୍ତୁ। ଏହାକୁ ୩୦ ମିନିଟ୍‌ ରଖିବା ପରେ ସାବୁନରେ ଧୋଇଦିଅନ୍ତୁ। ଦେଖିବେ ସେହି ବାସନରୁ ବାସ୍ନା ପୂରା ଉଡ଼ିଯିବ।

ଲେମ୍ବୁ

ବାସନରୁ ଆଇଁଷ ବାସ୍ନା ହଟାଇବା ପାଇଁ ଲେମ୍ୱୁ ଚୋପା ଘୋଷନ୍ତୁ। ଏହାପରେ ଏହାକୁ ୨୦ ମିନିଟ୍ ଛାଡ଼ି ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏକ  କପଡ଼ାରେ ଲେମ୍ୱୁ ରସ ମିଶାଇ ବାସନକୁ  ସଫା ମଧ୍ୟ କରିପାରିବେ।

ସେଓ

ମାଛ ରୋଷେଇ କରିବା ପୂର୍ବରୁ  ସେହି ବାସନରେ  ସେଓର ଏକ ଖଣ୍ଡ ଘଷିଦିଅନ୍ତୁ। ଏହାଦ୍ୱାରା ଦୁର୍ଗନ୍ଧ ମରିଯିବ।

ଡିସ୍‌ ୱାସ ସାବୁନ ବ୍ୟବହାର କରନ୍ତୁ

ବାସନରୁ ଆଇଁଷ ବାସ୍ନା ଦୂର କରିବା ପାଇଁ କିଛି ସମୟ ଗରମ ପାଣି ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଲିକୱିଡ୍ ଶୋପ୍‌ରେ ଧୋଇ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More