Only for Entertainment

ଏୟାର ଲାଇନ୍ସକୁ ପସନ୍ଦ ଆସିଲା ନାହିଁ ମହିଳା ଡାକ୍ତରଙ୍କ ପୋଷକ ! କହିଲେ, ନିଜକୁ ଢାଙ୍କିକି ଆସ

pic by @tisharowemd
48

ହ୍ୟୁଷ୍ଟନର ଜଣେ ମହିଳାଙ୍କ ସହିତ ପ୍ଲେନରେ ଏକ ଅଜବ ଘଟଣା ଘଟିଛି । ମହିଳାଙ୍କ ପୋଷାକକୁ ଉତ୍ତେଜକ କହି ଆମେରିକା ଏୟାରଲାଇନ୍ସ ତାଙ୍କୁ ଏବଂ ତାଙ୍କର ୮ ବର୍ଷର ପୁ୍ଅକୁ ଫ୍ଲାଇଟରୁ ଓହ୍ଲାଇ ଦେଇଛନ୍ତି । ମହିଳାଙ୍କ ନାମ ତିସା ରୋୱେ । ସେ ପେଶାରେ ଜଣେ ମେଡିକାଲ ଫିଜିସିଆନ । ଏହି ଘଟଣା ୩୦ ଜୁନରେ ଘଟିଥିଲା ।

ମହିଳାଙ୍କ କହିବା ଅନୁସାରେ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା ନିଜକୁ ଢାଙ୍କିକି ଆସ ନଚେତ ଫ୍ଲାଇଟରେ ଯାଇପାରିବ ନାହିଁ । ଖବର ଅନୁସାରେ ତିସା ଏବଂ ତାଙ୍କର ୮ ବର୍ଷର ପୁଅ ଜମାଇକାରୁ ଆମେରିକା ଫେରୁଥିଲେ । ତିସା ଏୟାରପୋର୍ଟରେ ପହଁଚିଲା ବେଳକୁ ସେ ଝାଳରେ ବୁଡି ଯାଇଥିଲେ । ସେଥିପାଇଁ ସେ ବାର୍ଥରୁମ ଯାଇ ନିଜକୁ ଶୁଖାଇଥିଲେ । ତିସା କହିଛନ୍ତି ମୁଁ ନିଜକୁ ଭଲ ଭାବେ ଦେଖିଛି ମୁଁ କିପରି ଦେଖାଯାଉଥିଲି । ପରେ ପ୍ଲେନରେ ଚଢିବା ବେଳେ ଜଣେ ମହିଳା ଆଟେଡାଣ୍ଟ ମୋ ସହିତ କଥା ହେବା ବାହାନାରେ ପ୍ଲେନରୁ ବାହାରକୁ ନେଇ ଆସିଥିଲେ ।

ମହିଳା ଜଣଙ୍କ ତିସାଙ୍କୁ ପଚାରିଥିଲା ଆପଣଙ୍କ ପାଖରେ ଜ୍ୟାକେଟ ଅଛି କି ଯଦି ନାହିଁ ତେବେ ଆପଣ ପ୍ଲେନରେ ଯାତ୍ରା କରିପାରିବେ ନାହିଁ । ଏହା ପରେ ତିସା ଏୟାରହେଷ୍ଟେସଙ୍କୁ କମ୍ବଳ ମାଗିଥିଲେ ମାତ୍ର ସେ କହିଥିଲେ ନିଜକୁ ଢାଙ୍କିଲେ ଆପଣ ପ୍ଲେନରେ ଚଢିପାରିବେ । ଏହା ପରେ ମା’ ପୁଇ ନିଜ ସିଟକୁ ଆସିଥିଲେ ଏବଂ କମ୍ବଳ ଘୋଡି ହୋଇ ଯାତ୍ରା କରିଥିଲେ ।

ତିସା ନିଜ ଟ୍ୱିଟର ଆକାଉଣ୍ଟରେ ଏହି ମାମଲା ସହିତ ଜଡିତ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ , ‘ଯାତ୍ରା କରିବା ସମୟରେ ମୁଁ ଏହି ଡ୍ରେସ ପିନ୍ଧିଥିଲି । କେଉଁ କାରଣ ପାଇଁ ମୋତେ ଘୋଡେଇ ହୋଇ ଆସିବାକୁ କୁହାଗଲା । ମୁଁ କୌଣସି ଭୁଲ କରିନାହିଁ । ଏପରି ସ୍ଥିତିରେ ମୋତେ କମ୍ବଳ ଘୋଡେଇ ହୋଇ ଆସିବାକୁ ପଡିଲା ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More