Only for Entertainment

୨୧ ବର୍ଷ ପରେ ଖୋଲିଲା ଦୁନିଆର ସବୁଠାରୁ ମନପସନ୍ଦ ଲଭଷ୍ଟୋରୀ ‘ଟାଇଟାନିକ’ର ରାଜ ! ଖଳନାୟକ କହିଲେ ଏହି କାରଣରୁ ମରିଥିଲା ହିରୋ

Vox
0 51

୨୧ବର୍ଷ ପରେ ମଧ୍ୟ ରୋଜ ଏବଂ ଜ୍ୟାକଙ୍କ ଲଭଷ୍ଟୋରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ରହିଛି । ପ୍ରତ୍ୟେକଙ୍କ ମନରେ ଆଜି ମଧ୍ୟ ଏହି ପ୍ରଶ୍ନ ଉଠୁଥିବ କ’ଣ ପାଇଁ ‘ଟାଇଟାନିକ’ ଫିଲ୍ମରେ ଜ୍ୟାକି ଓ ରୋଜ ଅଲଗା ହୋଇଗଲେ । ଅନେକ ବର୍ଷ ପରେ ଏହି ରାଜ ଉପରୁ ପରଦା ଉଠିଛି । ଯହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

‘ଟାଇଟେନିକ’ ଫିଲ୍ମ ୧୯୯୭ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ପୁରା ଦୁନିଆରେ ପସନ୍ଦ କରାଯାଇଥିଲା । ଏପରି କି ଜ୍ୟାକ ଏବଂ ରୋଜଙ୍କ ହାତ ଖେଳାଇଥିବା ପୋଜକୁ ଆଜି ମଧ୍ୟ ଲୋକେ କପି କରୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷେ ଏତେ ବର୍ଷ ପରେ ଜ୍ୟାକଙ୍କ ମୃତ୍ୟୁକୁ ନେଇ ଏପରି ଏକ ଖୁଲାସା ହୋଇଛି ଯାହାକୁ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।

Titanic-Villain-Billy-Zane

ଜ୍ୟାକଙ୍କ ମୃତ୍ୟୁର ରହସ୍ୟ ଆଉ କେହି ନୁହେଁ ବରଂ ସେହି ଫିଲ୍ମରେ କାଲ ହ୍ୟାକଲେ ଚରିତ୍ରରେ ଅଭିନୟ କରିଥିବା ବିଲି ଜେନ ଖୋଲିଛନ୍ତି । ବିଲି ଜେନ ଫିଲ୍ମର କ୍ଲାଇମ୍ୟାକ୍ସ ବିଷୟରେ ‘ପିପୁଲ ଡଟ କମ’ ସହିତ କଥା ହୋଇଥିଲେ । ବିଲି କହିଛନ୍ତି ଯେ, ‘ଆପଣମାନଙ୍କର ହିରୋକୁ ମରିବା ପାଇଁ ପଡିଲା । ମୁଁ ଜାଣିନି ଯେ ଏହା ବ୍ୟତୀତ ଆଉ କ’ଣ ହୋଇପାରିଥାନ୍ତା । ଜ୍ୟାକଙ୍କ ରୋଲକୁ ଏହିପରି ଭାବରେ ନିର୍ମାଣ କରାଯାଇଥିଲା । ଯାହା ଫଳରେ ତାଙ୍କୁ ମରିବା ପାଇଁ ପଡିଥିଲା ।’

କିନ୍ତୁ ଏହି ଫିଲ୍ମର ନିର୍ଦ୍ଦେଶକ ଜେମ୍ସ କ୍ୟାମରନ ‘ବେନିଟ ଫେୟର’କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଜ୍ୟାକଙ୍କ ମରିବା ନିଶ୍ଚିତ ଥିଲା । ଏହି ଫିଲ୍ମର ଉଦ୍ଦେଶ୍ୟ ଜ୍ୟାକଙ୍କ ମୃତ୍ୟୁ ଥିଲା । ଅଲଗା ହେବା ଏହାର ଉଦ୍ଦେଶ୍ୟ ନଥିଲା । ଯଦି ଜ୍ୟାକ ବଞ୍ଚିଥାନ୍ତେ ତେବେ ଫିଲ୍ମର କ୍ଲାଇମ୍ୟାକ୍ସ ଅର୍ଥହୀନ ହେଇଯାଇଥାନ୍ତା ।’

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମର କ୍ଲାଇମ୍ୟାକ୍ସରେ ଜାହାଜ ବୁଡିବା ଫଳରେ ବରଫ ପାଣି ପାଇଁ ଜ୍ୟାକଙ୍କ ମୃତ୍ୟୁ ହୋଇଥିବା ଦର୍ଶା ଯାଇଥିଲା । କିନ୍ତୁ ଅନ୍ୟ ପକ୍ଷରେ ଏକ କାଠର ସାହାଯ୍ୟ ନେଇ ରୋଜ ବଞ୍ଚିଯାଇଥିଲେ । ସେହିଦିନ ଠାରୁ ଲୋକଙ୍କ ମନରେ ଜ୍ୟାକ କ’ଣ ପାଇଁ ମରିଗଲେ ସେହି ପ୍ରଶ୍ନ ଉଠିଥିଲା । ଏହି ଫିଲ୍ମରେ ଜ୍ୟାକଙ୍କ ଭୂମିକାରେ ଲିୟୋନାଡୋ ଡି କ୍ୟାପ୍ରିୟୋ ନଜର ଆସିଥିବା ବେଳେ ରୋଜ ଭୂମିକାରେ କେଟ ବିଂସଲେଟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More