Only for Entertainment

ରିଲିଜ ହେଲା ‘ଏକ ଲଡ଼କୀ କୋ ଦେଖା ତୋ ଐସା ଲଗା’ର ଟାଇଟଲ ଟ୍ରାକ ।

aajatk
38

ଏକ ଲଡ଼କୀ କୋ ଦେଖା ତୋ ଐସା ଲଗାର ଟ୍ରେଲର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ମଙ୍ଗଳବାରକୁ ଫିଲ୍ମର ଟାଇଟଲ ଟ୍ରାକ ମଧ୍ୟ ରିଲିଜ ହୋଇ ସାରିଛି । ଟ୍ରାକରେ ସୋନମ କପୁର ଏବଂ ରାଜକୁମାର ରାଓଙ୍କ ଖାସ ବଣ୍ଡିଂ ନଜର ଆସିଛି । ଗୀତ ଇମୋଶନାଲ ଟଚ ଦେଇ ଗତି କରିଛି ।

ସାରେଗାମା ମ୍ୟୁଜିକର ୟୁଟ୍ୟୁବରେ ଏହି ଗୀତକୁ ରିଲିଜ କରାଯାଇଛି । ଏହା ପ୍ରାୟ ୨ ମିନିଟ ୨୧ ସେକେଣ୍ଡର । ଗୀତର ଲିରିକ୍ସ ଦେଇଛନ୍ତି ଗୁରୁପ୍ରୀତ ସୋନି । ଗୀତକୁ ଗାଇଛନ୍ତି ଦର୍ଶନ ରାୱଲ ଏବଂ ରୋଚକ କୋହଲୀ । ତେବେ ଏହି ଭିଡ଼ିଓକୁ ସୋନମ କପୁର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । କ୍ୟାପ୍ସନରେ ଷଳଖିଛନ୍ତି, ଏଭଳି ଗୀତ ବିନା ଟ୍ରୁ ଲଭ ଫିଲିଙ୍ଗ କିପରି ଆସିବ । ଫିଲ୍ମ ଭାଲେଂଟାଇନ ଡେ ପୂର୍ବରୁ ରିଲିଜ ହେବ । ଆଶା କରାଯାଉଛି ଗୀତ ଖୁବ ଟ୍ରେଣ୍ଡ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More