ମହିଳା ମାନଙ୍କର ଏକ ବିରାଟ ସମସ୍ୟା ହେଉଛି ବୟସ ବଢିବା,କାରଣ ୩୦ ବର୍ଷ ହୋଇଯିବା ମାତ୍ରେ ମହିଳାଙ୍କ ଚେହେରା ବୟସର ଦାଗ ଦେଖାଯିବ ଆରମ୍ଭ ହୋଇଯାଏ ।ତେଣୁ ସେଥିପ୍ରତି ନଜର ପକାଇବା ଆବଶ୍ୟକ । ତେଣୁ ପ୍ରମୁଖ କାରଣ ହେଉଛି ଆପଣ ଖାଦ୍ୟପେୟ ପ୍ରତି ନଜର ଦିଅନ୍ତୁ ।
ସୋୟା ପ୍ରଡକ୍ଟସ ଯେପରି ସୋୟାବିନ,ସୋୟା ଅଟା,ସୋୟା ମିଲ୍କ ଏବଂ ଟୋଫୁ ଆଦି ଖାଇବା ଦ୍ୱାରା ବୟସ ଜଣାପଡ଼େ ନାହିଁ । କାରଣ ଏଥିରେ ଜେନିଷ୍ଟିନ ନାମ ତତ୍ତ୍ୱ ରହିଥାଏ । ଏହା ଶରୀରକୁ ବୟସ୍କ ଦେଖାଯିବାରୁ ରକ୍ଷା କରେ ।
ଡାଲିମ୍ବ ଖାଇବା ଉଚିତ ।କାରଣ କାରଣ ଏହା ଶରୀରରେ ଡିଏନଏ ଅକ୍ସିଡେସନକୁ ଧୀର କରିଦିଏ ଯାହା ଦ୍ୱାରା ତ୍ୱଚା ସୁସ୍ଥ ରହେ ।ତେଣୁ ଏହାକୁ ଆପଣଙ୍କ ଡାଇଟରେ ନିହାତି ଭାବରେ ସାମିଲ କରନ୍ତୁ ।
ଅଣ୍ଡା ଏବଂ ମାଛରେ ଭିଟାମିନ ଏ,ବି ଏବଂ ଇ ଖୁବ ମାତ୍ରାରେ ରହିଥାଏ ।ତେଣୁ ଏହା ମଧ୍ୟ ଖୁବ ଉପକାରୀ ।