Only for Entertainment

ସଲମାନ ଖାନଙ୍କୁ ବିବାହ କରିବା ପାଇଁ ଉତ୍ତରାଖଣ୍ଡରୁ ମୁମ୍ବାଇ ପହଁଚିଲେ ଯୁବତୀ, ଜାଣନ୍ତୁ ତା’ପରେ କ’ଣ ହେଲା ।

The National
0 50

ସଲମାନ ଖାନଙ୍କ ବିବାହକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କାହାକୁ ବି ଜଣା ନାହିଁ ବଲିଉଡର ଭାଇଜାନ କେବେ ବିବାହ କରିବେ । କିନ୍ତୁ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ପର୍ଯ୍ୟନ୍ତ ସମସ୍ତେ ଚାହାଁନ୍ତି ସଲମାନ ଶୀଘ୍ର ବିବାହ କରନ୍ତୁ । ସେଥିପାଇଁ ସେ ଯେଉଁଠିକୁ ବି ଯାଆନ୍ତୁ ନା କାହିଁକି ସମସ୍ତେ ତାଙ୍କୁ ବିବାହ କେବେ କରିବେ ପ୍ରଶ୍ନ କରିଥାନ୍ତି । ଇତି ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଖବର ଅନୁସାରେ ସଲମାନ ଖାନଙ୍କ ସହିତ ବିବାହ କରିବା ପାଇଁ ଉତ୍ତରାଖଣ୍ଡର ଜଣେ ଯୁବତୀ ମୁମ୍ବାଇରେ ପହଁଚିଥିଲେ । ମାନସିକ ଚିନ୍ତାରେ ଥିବା ଏହି ୨୪ ବର୍ଷୀୟ ଯୁବତୀ ୧୧ ଅଗଷ୍ଟରେ ଉତ୍ତରାଖଣ୍ଡରୁ ବାହାରିଥିଲେ । ମୁମ୍ବାଇ ଆସିବା ପରେ ସେ ସିଧା ଆସି ବାନ୍ଦ୍ରା ସ୍ଥିତ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଁଚିଥିଲେ । କିନ୍ତୁ ସୁରକ୍ଷା ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଏବା ପରେ ଇଣ୍ଟର୍ଣ୍ଣ ଫ୍ରିୱେର ପୁଲରେ ସେହି ଯୁବତୀଙ୍କୁ ବିନା କାରଣରେ ବୁଲୁଥିବାର ଦେଖି ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଖବର ପାଇ ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇଥିଲା ।

କହିରଖୁଛୁ ଯେ, ସଲମାନ ଖାନ ଏବେ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଖୁବ ଶୀଘ୍ର ତାଙ୍କୁ ‘ବିଗ ବସ ୧୨’ ହୋଷ୍ଟ କରୁଥିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More