Only for Entertainment

ଏଠାରେ ବଂଚିବା ପାଇଁ ପିଇବାକୁ ପଡେ ଜୀବଜନ୍ତୁଙ୍କ ରକ୍ତ, ଜାଣନ୍ତୁ ଏହାର କାରଣ !

nari.punjabkesari.in
0 50

ଦୁନିଆରେ ଭିନ୍ନ ଭିନ୍ନ ବ୍ୟକ୍ତି ବସବାସ କରନ୍ତି । ସମସ୍ତଙ୍କ ବସବାସ କରିବା, ଖାଇବା-ପିଇବା, ରୀତିନୀତି ଭିନ୍ନ ହୋଇଥାଏ । ସେହିଭଳି ସମସ୍ତ ସ୍ଥାନର ତାପମାତ୍ରା ସମାନ ନଥାଏ, କେଉଁଠି ଅଧିକ ଗରମ ତ କେଉଁଠି ଭୟଙ୍କର ଥଣ୍ଡା ଅନୁଭୁତ ହୋଇଥାଏ । ତେଣୁ ଏହିଭଳି ସ୍ଥାନରେ ବାସ କରୁଥିବା ଲୋକଙ୍କ ପକ୍ଷେ ବସବାସ କରିବା କଠିନ ହୋଇପଡେ । ଆଜି ଆମେ ଏଭଳି ଏକ ସ୍ଥାନ ସମ୍ପର୍କରେ ବତାଇବୁ ଯେଉଁଠି ତାପମାତ୍ରା -୫୦ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଯାଏ ।

nenetanୟୁରୋପ ସ୍ଥିତ ସାଇବେରିଆରେ ଏଭଳି ପରିସ୍ଥିତି ଅନୁଭୂତ ହୋଇଥାଏ । ଏଠାରେ ହାରାହାରି -୪୫ଡିଗ୍ରୀ ତାପମାତ୍ରା ରହିବା ସ୍ୱଭାବିକ କଥା ଅଟେ । କିନ୍ତୁ ବେଳେ ବେଳେ ଏଠାକାର ପାରଦ ଖସି ଯାଇଥାଏ । ଯେଉଁ କାରଣରୁ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।

ଏହି କାରଣରୁ ହୁଏତ ଏଠାକାର ଲୋକମାନେ ଭିନ୍ନ ଧରଣର ଜୀବନ ଅତିବାହିତ କରନ୍ତି । ଏହି ଥଣ୍ଡାରେ ସରଳ ଉପାୟରେ ରହିବା ପାଇଁ ଲୋକମାନଙ୍କୁ ପଶୁମାନଙ୍କର ରକ୍ତ ପିଇବାକୁ ପଡିଥାଏ । ଏଠାରେ ଲକ୍ଷ ଲକ୍ଷ ବାରହା ଦେଖିବାକୁ ମିଳନ୍ତି, ଯେଉଁମାନଙ୍କୁ ଖୋଜିବା ଲାଗି କୌଣସି ପରିଶ୍ରମ କରିବାକୁ ପଡେନାହିଁ । ବୋଧ ହୁଏ ଏହି ସମସ୍ତ କାରଣ ଲାଗି ଲୋକମାନେ ବାରହା ମାଂସ ଖାଇଥାଆନ୍ତି ଏବଂ ଏହାର ରକ୍ତ ପିଅନ୍ତି । ଯେଉଁ କାରଣରୁ ଲୋକମାନଙ୍କ ଶରୀର ମଧ୍ୟରେ ଉଷ୍ଣତା ରହିଥାଏ । ଏଠାକାର ସ୍ଥାନୀୟ ଭାଷାରେ ଏମାନଙ୍କୁ ୟମଲ-ନେନେଟସ କୁହାଯାଏ । ଯାହାର ଅର୍ଥ ହେଉଛି “ଇଜ ଅଫ ଦ ୱାର୍ଲ୍ଡ” ଅର୍ଥାତ ଦୁନିଆର ହ୍ରଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More