Only for Entertainment

ହଠାତ ସ୍କୁଲରେ ପହଂଚି ଜିଲ୍ଲାପାଳ କଲେ କିଛି ଏଭଳି କାର୍ଯ୍ୟ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ହେଲେ ଆଶ୍ଚର୍ଯ୍ୟ !

indiatimes
0 58

କେରଳର ନିରକୁନ୍ନାମ୍‌ ଶ୍ରୀଦେବୀ ଭିଲାସାମ୍‌(ଏସ୍‌ଡିଭି) ୟୁପି ସ୍କୁଲରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଅଲାପ୍ପୁଜହା ଜିଲ୍ଲାପାଳଙ୍କୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଜିଲ୍ଲାପାଳ ଏସ୍‌ ସୁହାସ୍‌ ସ୍କୁଲରେ ପହଞ୍ଚି ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବେ ବୋଲି ସ୍ଥିର କରି ହଠାତ୍‌ ଏସ୍‌ଡିଭି ସ୍କୁଲରେ ପହଞ୍ଚିଥିଲେ। ସେ ପିଲାଙ୍କୁ ପରଷା ଯାଉଥିବା ମଧ୍ୟାହ୍ନ ଭୋଜନର ସ୍ୱାଦ ଓ ଗୁଣବତ୍ତାକୁ ପରଖିବା ପାଇଁ ଯେଉଁଠାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି ତାହାକୁ ଅନୁଧ୍ୟାନ କରିଥିଲେ।

କେରଳର ଶ୍ରେଷ୍ଠ ସରକାରୀ ସ୍କୁଲ ଭାବେ ଏସ୍‌ଡିଭି ସ୍କୁଲ ପରିଚିତ। ଏହି ସ୍କୁଲରେ ସର୍ବମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧,୬୦୦ ରହିଛି। ସୋସିଆଲ ମିଡିଆରେ ଜିଲ୍ଲାପାଳ ସ୍କୁଲରେ ପହଞ୍ଚି କୁନିକୁନି ପିଲାଙ୍କ ସହିତ ମିଶି ଖୁସିରେ ମଧ୍ୟାହ୍ନ ଭୋଜନ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଜିଲ୍ଲାପାଳ ସ୍କୁଲରେ ପିଲାଙ୍କ ପାଇଁ ପରଷା ଯାଉଥିବା ଭାତ, ଦହି ଓ କାକୁଡ଼ି ଓ ଆଳୁ ତରକାରୀର ସ୍ୱାଦ ଓ ଗୁଣବତ୍ତାରେ ସନ୍ତୁଷ୍ଟ ହୋଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More