Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 35

ମେଷ: ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଧନଲାଭ ଯୋଗ ରହିଛି। ସନ୍ତାନଙ୍କ ସଫଳତାରୁ ଆପଣଙ୍କ ମନ ଖୁସି ରହିବ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

ବୃଷ: ହାସ୍ୟକୌତୁକ ମନୋଭାବରେ ରହିବେ। ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଲେଖାପଢ଼ାରେ ସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଦିନଟି ଆନନ୍ଦମୟ ରହିବ। କଠିନ ପ୍ରଶ୍ନର ଉତ୍ତର ମିଳିବ। କ୍ୟାରିୟରରେ କିଛି ପରିବର୍ତ୍ତନ ହେବ। ବ୍ୟବସାୟରେ ଭଲ ଫାଇଦା ହେବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

କର୍କଟ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ଅବିବାହିତଙ୍କୁ ମନ ଚାହୁଁଥିବା ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସିଂହ: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ସାମାଜିକ କାର୍ୟ୍ୟରେ ସହଯୋଗ କରିବେ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ମାନସିକ ଶାନ୍ତି ଅନୁଭବ କରିବେ। ଅଚାନକ ଧନପ୍ରାପ୍ତି ହେବ। ଅଫିସରେ ଆପଣଙ୍କ ସହଯୋଗୀ ଆପଣଙ୍କୁ ସହଯୋଗ କରିବେ। ସାହିତ୍ୟ ଆଦିରେ ରୁଚି ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଦେବ।

ବିଛା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଆପଣଙ୍କ ଯୋଜନା ସମ୍ବନ୍ଧରେ ପରିବାର ସହିତ ଚର୍ଚ୍ଚା କରନ୍ତୁ, ଫାଇଦା ହେବ। ସାମାଜିକ କାର୍ୟ୍ୟରେ ଅଧିକ ସମୟ ଦେବେ। ବିରୋଧୀପକ୍ଷ ଗୁପ୍ତ ରୂପେ ଆପଣଙ୍କର ଗୁଣଗାନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁଙ୍କ ସହିତ ସମୟ କଟିବ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। ବେପାରରେ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ୟ୍ୟଦେବ।

ମକର: ଆଗକୁ ବଢ଼ିବାର ଦିନଟିଏ। ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଜୀବନସାଥୀଙ୍କଠାରୁ ଢେର୍‌ସାରା ଖୁସି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଧନଲାଭର ନୂଆ ଅବସର ଆସିବ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ବଢ଼ିଆ ଚାକିରି ମିଳିବ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

ମୀନ: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ଆପଣଙ୍କ ମନର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଦିଅନ୍ତୁ। ସନ୍ତାନଙ୍କ କ୍ୟାରିୟର ଲାଗି ବଡ଼ଙ୍କ ପରାମର୍ଶ ନିଅନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଗୁପ୍ତେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More