Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 22

ମେଷ: ଦିନଟି ଆପଣଙ୍କ ଲାଗି ଭଲ। ଅଫିସରେ କୌଣସି ଭଲ ଖବର ମିଳିବ। ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ରଚନାତ୍ମକ କାମରେ ଆପଣଙ୍କର ନାମ ରହିବ। ଭବିଷ୍ୟତ୍‌କୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ପୂଜାପାଠରେ ସମୟ ବିତିବ। ବହୁ ଦିନର ଚିନ୍ତା ଦୂର ହେବ। ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଦେବ।

କର୍କଟ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଆଜି କିଛି କାମରେ ଭଲ ଯୋଗଦାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

ସିଂହ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ, ଲାଭ ହେବ। ଆପଣଙ୍କର ଆବଶ୍ୟକତା ବେଳେ ବନ୍ଧୁବର୍ଗ ସାହାଯ୍ୟ ସହଯୋଗ କରିବେ। ଜୀବନସାଥୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଜୀବନ ସତ୍‌ସଙ୍ଗରେ ଭଲରେ କଟିବ। ଆପଣଙ୍କର ଆତ୍ମବିଶ୍ୱାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କାର୍ୟ୍ୟକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସା ମିଳିବା ଯୋଗ ରହିଛି। ବ୍ୟବସାୟରେ ଲାଗିଥିବା ଅର୍ଥରୁ ଲାଭ ହୋଇପାରେ। ଛାତ୍ରଙ୍କ ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କାଳୀ।

ବିଛା: ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆପଣଙ୍କର ଚେଷ୍ଟା ପୂରା ହେବ। ଘରକୁ କୌଣସି ବନ୍ଧୁ ଶୁଭ ଖବର ନେଇ ଆସିବେ। ରାଜନୀତିରେ ସଫଳତା ମିଳିବ। ନୂଆ ଜମି କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ଧନୁ: ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଦିନଟିଏ। କାର୍ୟ୍ୟକ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ; ଅନ୍ୟଥା ଅନ୍ୟମାନେ ତା’ର ଫାଇଦା ନେବେ। କାରବାରରେ ଅଶାନ୍ତି ବଢ଼ିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

ମକର: ଆପଣଙ୍କ ମନୋଭାବ ଭଲ ରହିବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ, ଭବିଷ୍ୟତ୍‌ରେ ଲାଭ ମିଳିବ। ଆଜି ଆପଣଙ୍କର କୌଣସି ଦୂର ସଂପର୍କୀୟଙ୍କ ସହିତ ଭେଟ ହେବାରୁ ମନ ଖୁସି ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ। ପରିଶ୍ରମର ଫଳ ଦ୍ଵିଗୁଣା ମିଳିବ। ପରିବାର ସହିତ ତାଳମେଳ ବଜାୟ ରହିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ମୀନ: ଧାର୍ମିକ କାର୍ୟ୍ୟରେ ସହଯୋଗ କରନ୍ତୁ, ଚାକିରି ଓ ବ୍ୟବସାୟରେ ଲାଭ ମିଳିବ। ଅଚାନକ ଖୁସି ଖବର ପାଇବେ। କଲେଜରେ ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More