Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 33

ମେଷ: ଆପଣଙ୍କର ଆତ୍ମବିଶ୍ୱାସ ବଜାୟ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସୁଖଦ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ମନୋଭାବ ହାସ୍ୟରସିକ ରହିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରା ହୋଇପାରେ। କଲେଜରେ ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମଙ୍ଗଳା।

ମିଥୁନ: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ। କାର୍ୟ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ବ୍ୟବସାୟରେ ସଉଦା କରିବା ଲାଗି ରାଜ୍ୟ ବାହାରକୁ ଯିବେ। ବାହନ କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। କୌଣସି ଖବର ପାଇ ମନୋବଳ କୁଣ୍ଢେମୋଟ ହେବ। ଆପଣଙ୍କ କାର୍ୟ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଛାତ୍ରଙ୍କୁ ବଢ଼ିଆ ଅବସର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ସିଂହ: ପୂଜାପାଠରେ ମନକୁ ଶାନ୍ତି ମିଳିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟରେ ପରିବର୍ତ୍ତନ କରିବେ ଓ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

କନ୍ୟା: ଆପଣଙ୍କର ଅଧିକ ସମୟ ଆତ୍ମଚିନ୍ତନରେ କଟିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲିଲେ ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବିଛା: ଶତ୍ରୁଙ୍କ ଉପରେ ବିଜୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରି ପାଇଁ କରି ଆସୁଥିବା ପ୍ରୟାସରେ ଭଲ ଫଳାଫଳ ପାଇବେ। ଛାତ୍ରୀଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ୱରୀ।

ଧନୁ: ମାଆଙ୍କ ସ୍ନେହ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ଜୀବନରେ ଉନ୍ନତି ପାଇଁ ବହୁତ ସୁଯୋଗ ମିଳିବ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବିବାହିତ ଉଦ୍ୟାନକୁ ବୁଲି ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ମକର: ମାତାପିତାଙ୍କ ସେବାରେ ଭଲ ଫଳ ମିଳିବ। ନୂଆ ପରିଯୋଜନାର ଶୁଭାରମ୍ଭ କରି ପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କମଳା।

କୁମ୍ଭ: ଆପଣଙ୍କ ଉପରେ ନକରାତ୍ମକ ଚିନ୍ତା ପ୍ରାଧାନ୍ୟ ବିସ୍ତାର କରିପାରେ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟବସାୟୀମାନେ ପୁରୁଣା କଥା ଭୁଲି ଆଗକୁ ଦେଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ରାଜନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ବାବା ଲିଙ୍ଗରାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More