Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 36

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ମାତାପିତାଙ୍କ ସେବା କରନ୍ତୁ, ଭଲ ଫଳ ପାଇବେ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ; ସମ୍ଭାବ୍ୟ ସଂକଟ ଦୂର ହେବ। କାର୍ୟ୍ୟ କ୍ଷେତ୍ରରେ ଏଭଳି କିଛି ଅବସର ପ୍ରାପ୍ତ ହେବ ଯାହା ଦ୍ଵାରା ଭବିଷ୍ୟତ ଜୀବନ ଉଜ୍ଜ୍ଵଳମୟ ହେବ। ଜମି କାରବାରରୁ ଭଲ ଲାଭ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ୟ୍ୟଦେବ।

ମିଥୁନ: ବିଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ନକାରାତ୍ମକ ଭାବନା ଆସିପାରେ। କୌଣସି ବିବାଦ କିମ୍ବା ମକଦ୍ଦମାକୁ ନେଇ ଜଟିଳତା ବଢ଼ିବ। କାରବାରରେ ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିିଁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିିଁ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ସଉଦାରୁ ଯଥେଷ୍ଟ ଫାଇଦା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

ସିଂହ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିିଁ। କାରବାର ଦୃଷ୍ଟିରୁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ। ରାଜନୀତିରେ ସଫଳତା ପାଇବେ। କୌଣସି ନୂଆ ପରିଯୋଜନା ଲାଗି ମନରେ କଳ୍ପନା ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବିରଜା।

ତୁଳା: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ କିଛି କହିବେ ସେ ମନା କରିବେ ନାହିିଁ। ନେତା ଆପଣଙ୍କୁ ବଡ଼କାର୍ୟ୍ୟ ଅର୍ପଣ କରିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ୱରୀ।

ବିଛା: ଅବିରତ ପ୍ରୟାସରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ୟ୍ୟଦେବ।

ଧନୁ: ଭାଗ୍ୟର ସହଯୋଗ ପାଇବେ। ନୂଆ ପ୍ରକଳ୍ପର ଶୁଭାରମ୍ଭ କରିବେ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ଗୁଣଗାନ କରିବେ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମକର: ଯୋଜନାକୁ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ, ଆପଣଙ୍କ କାମ ହୋଇଯିବ। ସାମାଜିକ ସମାରୋହରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: କାମ ପ୍ରତି ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ। ଉନ୍ନତିର ନୂଆ ଅବସର ମିଳିବ। ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମୀନ: ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ସବୁ କାମ ସହଜରେ ସଂପନ୍ନ ହେବ। ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ଚାକିରି ପାଇବେ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More