Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 26

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ। ବିଦ୍ୟୁତ୍‌ ଉପକରଣ ଦୋକାନ ଖୋଲିବା ଲାଗି ଦିନଟି ଉତ୍ତମ। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଆଖଣ୍ତଳମଣି।

ବୃଷ: ଦିନଟି ଠିକ୍‌ଠାକ୍‌ ରହିବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ କାର‌୍ୟ୍ୟରୂପ ଦେବା ଲାଗି ପ୍ରୟାସ କରିବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ସକାରାତ୍ମକ ଭାବନା ଘେନି କାମ କରନ୍ତୁ; ସଫଳ ହେବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ବାହନ ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ସି˚ହ: ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ। କାର‌୍ୟ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ବିବାହିତ ଉଦ୍ୟାନକୁ ବୁଲି ଯିବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କନ୍ୟା: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ଶୁଭ ସୂଚନା ପାଇବେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ମିଳିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ସଫଳତା ଓ ଲାଭ ପାଇବାର ଦିନଟିଏ। ମାତାପିତାଙ୍କର ସେବା କରନ୍ତୁ, ଉନ୍ନତି ହେବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। କୌଣସି ନିର୍ମାଣ କାର‌୍ୟ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଚାକିରିରେ କିଛି ପରିବର୍ତ୍ତନ କିମ୍ବା ବଦଳି ହୋଇପାରେ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ପାରିବାରିକ ମାମଲାରେ ମହତ୍ତ୍ବପୂର୍ଣ୍ଣ ଫଇସଲା କରିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ବର।

ଧନୁ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ପୂର୍ବରୁ କରିଥିବା ପରିଶ୍ରମର ଫଳ ପାଇବେ। ପରିବାରରେ ବୟୋଜ୍ୟେଷ୍ଠଙ୍କ ଠାରୁ ପ୍ରଶ˚ସା ମିଳିବ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

ମକର: ଆଗକୁ ବଢ଼ିବାର ଦିନଟିଏ। ନିଜ ଉପରେ ବିଶ୍ବାସ ରଖନ୍ତୁ। କୌଣସି ନୂଆ ପରିଯୋଜନା ମିଳିପାରେ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦୀର୍ଘ ଦିନରୁ କୌଣସି କଥାକୁ ନେଇ ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ନୂଆ କାମ ସମ୍ବନ୍ଧରେ ବିଚାର କରିପାରନ୍ତି। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

ମୀନ: ବ୍ୟକ୍ତିତ୍ବ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ଘର ଓ ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More