Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
31

ମେଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଗେଇ ଆସନ୍ତୁ; ଆପଣଙ୍କୁ ଫାଇଦା ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଗୁପ୍ତେଶ୍ବର।

ବୃଷ: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ˚ପତ୍ତି ବିବାଦ ସମାପ୍ତ ହେବ। ମହିଳା ବନ୍ଧୁଙ୍କ ସହିତ ଗପସପରେ ସମୟ କଟିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।

ମିଥୁନ: ଭାଗ୍ୟର ସହଯୋଗ ପାଇବେ। ଲୋକେ ଆପଣଙ୍କ କାମରେ ପ୍ରଭାବିତ ହେବେ। ଅଚାନକ ଧନଲାଭ ହେବ। କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କର୍କଟ: ଆପଣ କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ। ଯଥେଷ୍ଟ ଲାଭ ସହିତ ଯଶ ବୃଦ୍ଧି ହେବ। ପରିବାରରେ ଅଶାନ୍ତି ଦୂର ହେବ। ଜମି ଦଲାଲଙ୍କ ପାଇଁ ଦିନଟି ଭଲ। ସୁସ୍ଥ ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ବର।

ସି˚ହ: ଆପଣଙ୍କର ଊର୍ଜାର ସ୍ତର ଉଚ୍ଚା ରହିବ। ଯାହା ବି କାମ କରିବେ, ସଫଳତା ପାଇବେ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ଆଳାପ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଚାକିରି ଓ ବ୍ୟବସାୟ ଉଭୟରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।

ବିଛା: ନିଜ ଉପରେ ବିଶ୍ବାସ ରଖି ଦେବୀମାତାଙ୍କୁ ଆରାଧନା କରନ୍ତୁ; ସମ୍ଭାବ୍ୟ ସ˚କଟ ଦୂର ହେବ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ଧନୁ: ଆଜି ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ଆପଣଙ୍କର ପରଖିବା ଶକ୍ତି ଅନ୍ୟମାନଙ୍କଠୁଁ ଆପଣଙ୍କୁ ଆଗକୁ ବଢ଼ାଇବ। କାର‌୍ୟ୍ୟ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହୋଇଯିବ। ଧନ ସ˚ପତ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମକର: ସଫଳତା ଆପଣଙ୍କର ପାଦ ସ୍ପର୍ଶ କରିବ। ବେପାର ବୃତ୍ତିରେ ଏକ ମନଲାଖି ପରିବର୍ତ୍ତନ ହେବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ମନରେ ଭାବନା ଉତ୍ପନ୍ନ ହେବ। ଆପଣଙ୍କର ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

ମୀନ: ପୁରୁଣା ସମସ୍ୟା ସାମନାକୁ ଆସିପାରେ। ଗୁରୁତ୍ବପୂର୍ଣ୍ଣ ଦଲିଲ ଭଲଭାବେ ପଢ଼ି ଦସ୍ତଖତ କରନ୍ତୁ। ଆମଦାନି ପାଇଁ କୌଣସି ନୂଆ ରଣନୀତି ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଜାଗରୁକ ଓ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଙ୍ଗଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More