Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
31

ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜମି ସମ୍ବନ୍ଧରେ ଭଲ ଖବର ପାଇବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ନିଜର ବ୍ୟବହାର ପ୍ରତି ଧୢାନ ଦିଅନ୍ତୁ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ହନୁମାନ।

ମିଥୁନ: ପରିବାରର ସ୍ନେହ ଓ ଜୀବନସାଥୀଙ୍କଠାରୁ ଖୁସି ପାଇବେ। ଘରକୁ ସଜାଇ ନୂତନତ୍ବ ଆଣିବେ। ସେୟାର ବଜାରରେ ଲାଭ ମିଳିପାରେ। ସନ୍ତାନଙ୍କ ତରଫରୁ ଭଲ ଖବର ପାଇବେ। ରାଜନୀତିରେ ସୁଖ୍ୟାତି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସବୁ କାମ ସହଜରେ ପୂରା ହେବ। ବ୍ୟବସାୟରୁ ଅଚାନକ ଧନଲାଭ ହେବ। ଇ˚ଜିନିୟରିଂ ଛାତ୍ରଙ୍କୁ ଚାକିରିର ପ୍ରସ୍ତାବ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆପଣଙ୍କ ଦିମାକରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ପ୍ରଭାବିତ ହେବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

କନ୍ୟା: ସଫଳତା ଓ ଲାଭ ପାଇବାର ଦିନଟିଏ। ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ା ଲାଗି ସମୟାନୁସାରେ ରୁଟିନ ତିଆରି କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗିରହିଥିବା ବିବାଦର ସମାଧାନ ହେବ। ନେତା ଆପଣଙ୍କୁ ବଡ଼ କାର୍ଯ୍ୟ ଅର୍ପଣ କରିବେ। ଚାକିରି ଅନ୍ବେଷଣରେ ଥିବା ବ୍ୟକ୍ତି ଭଲ ଖବର ପାଇବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣ ବହୁତ କିଛି ଚିନ୍ତା କରିବେ ଯାହା ଭବିଷ୍ୟତରେ ଲାଭଦାୟକ ହେବ। କଥା କମ କହିଲେ ଲୋକଙ୍କ ନଜରରେ ଆସିବେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ନୂଆ କାମରେ ଧୀରେଧୀରେ ଗତି ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ଧନୁ: ଆପଣ ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଚାକିରିରେ ସନ୍ତୁଷ୍ଟ ରହିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ବରୀ।

ମକର: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ମହିଳାମାନେ ପ୍ରେମ ପାଇବାର ଭଲ ଦିନଟିଏ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଦେବ।

କୁମ୍ଭ: କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ି ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶ˚ସା ମିଳିବା ହେତୁ ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଆଜି ଆପଣଙ୍କର ସମୟ ରାଜନୀତିକ ଓ ସାମାଜିକ କାର୍ଯ୍ୟରେ କଟିବ। କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ଜମି କିମ୍ବା ଘର କିଣିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରୀଙ୍କୁ ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More