Only for Entertainment

ଜାଣନ୍ତୁ ଆଜିର ରାଶିଫଳ

20

ମେଷ: କାମ ପ୍ରତି ନିଜର ଭାବନା ସକାରାତ୍ମକ ରଖନ୍ତୁ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ଖାଦ୍ୟ ପାନୀୟ ପ୍ରତି ସଚେତ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଘିଅ। ଆରାଧନା: ମାଆ ରାମଚଣ୍ତୀ।

ମିଥୁନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ଲାଗି ରହିଥିବା କୌଣସି ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ହକି ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣ ଯାହାକୁ ଯାହା କିଛି କହିବେ ସେ ମନା କରିପାରିବେ ନାହିଁ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସି˚ହ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

କନ୍ୟା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିବ। ଛାତ୍ରୀମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ତୁଳା: ଆଜି ଆପଣଙ୍କର ବଡ଼ ସ୍ବପ୍ନ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଆର୍ଥିକ ପକ୍ଷ ମଜଭୁତ ହେବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଘରର ବାତାବରଣ ଠିକ୍‌ ରହିବ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ଧନୁ: ଭିନ୍ନ ଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ସମାଜରେ କାହାରି ସହିତ ମତଭେଦ ହୋଇପାରେ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ଅଶାନ୍ତି କମ୍‌ ହେବ। ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମକର: ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ‌େଖାଲିବ। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

କୁମ୍ଭ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ଅଫିସରେ କିଛି ନୂଆ କରିପାରନ୍ତି। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଛାତ୍ରଙ୍କୁ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କିଛି ସୁଯୋଗ ମିଳିବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମହାଲକ୍ଷ୍ମୀ।

ମୀନ: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଘରକୁ ବନ୍ଧୁଙ୍କ ଆସିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More