Only for Entertainment

ଜାଣନ୍ତୁ ଆଜିର ରାଶିଫଳ

23

ମେଷ: ଧର୍ମ କାର୍ଯ୍ୟରେ ସମୟ ବିତିବ। ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ନିଜର କାମ ପୂରା କରିବା ଲାଗି କୌଣସି ବାଧା ଆସିପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ; ସଫଳ ହେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।

 

 

 

 

ବୃଷ: ସମସ୍ୟାର ସମାଧାନ ନୂଆ କୌଶଳରେ କରିନେବେ। ଭଲ ଓକିଲଙ୍କ ସହଯୋଗ ମିଳିବ। ଆମଦାନିର ରାସ୍ତା ଉନ୍ମୁକ୍ତ ପାଇଁ ପରିଶ୍ରମ ଅଧିକ କରିବେ। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।

 

ମିଥୁନ: ଲାଭ-କ୍ଷତି ହିସାବରେ ଅଧିକ ସମୟ କଟିବ। ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ; ସଫଳତା ମିଳିବ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

 

 

 

 

କର୍କଟ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ମହିଳାମାନେ ଘର ସଫାସୁତୁରା ରଖନ୍ତୁ, ସୁଖ ଓ ସମୃଦ୍ଧି ବୃଦ୍ଧି ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

 

 

ସି˚ହ: ଆପଣଙ୍କ ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସାମନାକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ଧନ ସ˚ପତ୍ତି ବୃଦ୍ଧି ହେବ। ସ୍ବାସ୍ଥ୍ୟ ଠିକ୍‌ ଓ ସତେଜ ରହିବ। ପ୍ରେମ ଆବେଦନ କରିବା ପାଇଁ ଭଲ ସମୟ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

 

 

 

ତୁଳା: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସମୟ ଅନୁକୂଳ। ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

 

 

ବିଛା: ଦିନଟି ଲାଭପ୍ରଦ ରହିବ। ଆଗକୁ ବଢ଼ି ଚାଲନ୍ତୁ; ବନ୍ଧୁଙ୍କ ମାଧୢମରେ ଲାଭ ପାଇବେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭା ଲୋକଙ୍କୁ ପ୍ରେରଣା ଦେବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ବରୀ।

 

 

 

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନ‌େର ପରିବର୍ତ୍ତନ ଆସିବ। ରାଜନୀତିରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

 

 

 

ମକର: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବହୁ ଦିନର କୌଣସି ଆଶା ପୂରା ହେବ। ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ସକାରାତ୍ମକରେ ନେବେ। ବିଦେଶରେ ଥିବା ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲୋକନାଥ।

 

 

 

କୁମ୍ଭ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ପୂର୍ବରୁ କୌଣସି ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ପରିବାରରେ ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

 

 

 

ମୀନ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଅଫିସରେ କୌଣସି ସିନିୟରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ଧନଲାଭର ଅବସର ପ୍ରାପ୍ତ ହେବ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More