Only for Entertainment

ଜାଣନ୍ତୁ ଆଜିର ରାଶିଫଳ

22

ମେଷ: ଦିନଟି ସକାରାତ୍ମକ ଭରା ରହିବ। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଦିନଟି ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନରୁ ଯଥେଷ୍ଟ ଲାଭ ମିଳିବ। ଚାକିରିଆ ଦୂରସ୍ଥାନକୁ ଯାତ୍ରା‌େର ଯାଇପାରନ୍ତି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ଆଜି ଆପଣଙ୍କର ରୁଟିନରେ ପରିବର୍ତ୍ତନ କରିପାରନ୍ତି। କୌଣସି ମିତ୍ରଙ୍କ ସହାୟତାରେ ଆରାମରେ ନିଃଶ୍ବାସ ନେବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। ଭୂସ˚ପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆପଣଙ୍କ ମନୋବଳ ଦୃଢ଼ ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ସି˚ହ: ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଖାଦ୍ୟ ପାନୀୟର ମଜା ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ତ୍ରୁଟିପୂର୍ଣ୍ଣ ରାୟ ଦେବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ। ରାଜନୀତିରେ ମନୋକାମନା ପୂର୍ଣ୍ଣ ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ କୌଣସି ସମାରୋହକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବିଛା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। କୌଣସି ନୂଆ କାମ ବା ପରିଯୋଜନା ମିଳିପାରେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ଧନୁ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ରାଜନୈତିକ ସମ୍ବନ୍ଧ ବଢ଼ିଆ ହେବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମକର: ଆଜି ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଭଲ କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ। କ୍ୟାରିୟର ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହେବ। ନିକଟସ୍ଥ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା କରିବେ। ଜୀବନସାଥୀଙ୍କ ସହିତ କୌଣସି ମାମଲାକୁ ନେଇ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More