Only for Entertainment

ଜାଣନ୍ତୁ ଆଜିର ରାଶିଫଳ

26

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନଯୋଗ ଦେବେ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀ ଗଣେଶ।

 

 

ବୃଷ: ପୂଜାପାଠରେ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଗରିବଙ୍କୁ ସହାୟତା କରିବେ। ବ୍ୟବସାୟର ବିକାଶ ଉପରେ ଧୢାନ ଦେବେ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କୀଚକେଶ୍ବରୀ।

 

 

 

ମିଥୁନ: ସ୍ବଭାବରେ ବିନମ୍ର ହୋଇ ବୟୋଜ୍ୟେଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ପଇସା ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହୋଇଯିବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

 

 

 

 

କର୍କଟ: ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଧନ ଓ ମାନସମ୍ମାନ ବୃଦ୍ଧି ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 

 

 

ସି˚ହ: ଦିନଟି ଠିକ୍‌ଠାକ୍‌ ରହିବ। ପ୍ରଗତି ପଥରେ ଅଗ୍ରସର ହେବେ। ଆର୍ଥିକ କଷ୍ଟ ଦୂର ହେବ। ଘରୋଇ ସୁଖ ସୁବିଧା ବୃଦ୍ଧି ପାଇଁ ନୂଆ ଜିନିଷ କିଣିବେ। ପ୍ରିୟ ବନ୍ଧୁଙ୍କ ସହିତ ସନ୍ଧ୍ୟାରେ ବାହାରକୁ ବୁଲି ଯିବେ। ଖାଦ୍ୟପାନୀୟର ମଜା ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

 

 

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟବସାୟରୁ ଅଧିକ ଲାଭ ପାଇବା ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ନୂଆ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଖେଳାଳିମାନଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

 

 

 

ତୁଳା: ମନ ବ୍ୟର୍ଥ ଚିନ୍ତାରୁ ମୁକ୍ତି ହେବ। ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସୁସମ୍ବାଦ ପାଇବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରା ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା କପିଳାସ।

 

 

 

ବିଛା: ପ୍ରଭୁ ଜଗନ୍ନାଥଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

 

 

ଧନୁ: ସାରା ଦିନ ଖୁସି ମନରେ ରହିବେ। କାରବାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ ଏବ˚ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

 

 

ମକର: ବେପାର ଉଦ୍ୟୋଗରେ ଠିକ ସମୟ‌େର ସଠିକ ନିର୍ଣ୍ଣୟ ନେବେ। ବ୍ୟକ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପ୍ରେମ ରୋମାନ୍‌ସ ପାଇଁ ଦିନଟି ଉତ୍ତମ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

 

 

 

କୁମ୍ଭ: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। ବ୍ୟବସାୟରେ ଫାଇଦା ମିଳିବା ପାଇଁ ବ୍ୟକ୍ତି ମିଳିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମହାଲକ୍ଷ୍ମୀ।

 

 

 

ମୀନ: ଅର୍ଥଲାଭ ପାଇଁ ଭଲ ଦିନଟିଏ। ପୁରୁଣା କାମରୁ ଆପଣଙ୍କୁ ଲାଭ ମିଳିବ। ସନ୍ତାନଙ୍କ କାମରେ ଖୁସି ହେବେ। ପାରିବାରିକ ସ˚ପତ୍ତି ବିବାଦ ସମାପ୍ତ ହେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଅବିବାହିତଙ୍କୁ ବିବାହର ସୁନ୍ଦର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଲକ୍ଷ୍ମୀ ନାରାୟଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More