Only for Entertainment

ଜାଣନ୍ତୁ ଆଜିର ରାଶିଫଳ

25

ମେଷ: ରୋଜଗାରର ନୂଆ ସମ୍ଭାବନା ଅନ୍ବେଷଣ କରିପାରନ୍ତି। ଶତ୍ରୁମାନେ କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀ ଗଣେଶ।

 

 

 

 

ବୃଷ: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। କାରବାରକୁ ନେଇ ବ୍ୟସ୍ତ ରହିବେ। ପାରିବାରିକ ସ˚ପତ୍ତି ବିବାଦଠାରୁ ଦୂରେଇ ରହନ୍ତୁ। ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରେ। ଛାତ୍ରୀମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା।

 

 

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ବଜାରରେ ବାକି ପଡ଼ିଥିବା ପଇସା ପାଇବେ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

 

 

 

କର୍କଟ: ଧର୍ମକର୍ମ କରନ୍ତୁ ଲାଭ ମିଳିବ। ପ୍ରିୟବନ୍ଧୁ ଆପଣଙ୍କ କଥାକୁ ସହଜରେ ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ପୂର୍ବରୁ କରିଥିବା ଯୋଜନାରୁ ଲାଭ ମିଳିବ। ଚାକିରିରେ ଦାୟିତ୍ବ ବଢ଼ିବ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

 

 

 

ସି˚ହ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ। ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। କଳା ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିବେ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସି‌େବ। ଇ˚ଜିନିୟରଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

 

 

 

କନ୍ୟା: ଚାକିରି ବ୍ୟବସାୟରୁ ଆଶାତୀତ ଫଳ ପାଇବେ। ଶତ୍ରୁ ଓ ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

 

 

ତୁଳା: ସବୁ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଲାଭ ଏବ˚ ଉନ୍ନତି ଯୋଗ ପ୍ରବଳ ରହିଛି। ଅଧିକାରୀଙ୍କ ସହଯୋଗ ପାଇବେ। ବେକାରଙ୍କୁ ରୋଜଗାର ମିଳିବ। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

 

ବିଛା: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମଝିଘରିଆଣୀ।

 

 

 

ଧନୁ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

 

 

 

ମକର: ଧର୍ମକର୍ମରେ ରୁଚି ରହିବ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀମାନେ ପୁରୁଣା କଥା ଭୁଲି ଆଗକୁ ଦେଖନ୍ତୁ। ପ୍ରେମରେ ସଫଳତା ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 

 

 

କୁମ୍ଭ: ଧନ ସ˚ପଦ ମାମଲାର ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ସହଯୋଗ ପୂର୍ଣ୍ଣରୂପେ ପାଇବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଦରମା ବୃଦ୍ଧି ହୋଇପାରେ। ଜୀବନସାଥୀ ଆପଣଙ୍କୁ ଖବ୍‌ ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

 

 

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ଆପଣଙ୍କ ଉତ୍ତମ ବ୍ୟବହାର ଯୋଗୁ ସମସ୍ତଙ୍କ ପ୍ରିୟ ହୋଇପାରିବେ। ଛାତ୍ରଙ୍କୁ ଆଜି ପରିଶ୍ରମର ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More