Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିିଁ। ଭାବିଥିବା କାମରେ ସଫଳତା ମିଳିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ବୃଷ: ଆଗକୁ ବଢ଼ିବାର ଦିନଟିଏ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିବେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କଟକଚଣ୍ଡୀ।

ମିଥୁନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତିଙ୍କୁ ବଢ଼ିଆ ଚାକିରି ମିଳିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା କପିଳାସ।

କର୍କଟ: ମନରେ ଧାର୍ମିକ କାର୍ୟ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ନୂଆ କାମରେ ରୁଚି ବଢ଼ିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ କାଳୀଜାଈ।

ସିଂହ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ବଡ଼ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ପଇସା ନେଣଦେଣ ସାବଧାନରେ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

କନ୍ୟା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ସାମାଜିକ ମେଳମିଳାପ ବଢ଼ିବ। ମିତ୍ରଙ୍କ ମାଧ୍ୟମରେ ଲାଭ ମିଳିପାରେ। ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପରିବାର ସହିତ ଅଧିକ ସମୟ ବ୍ୟୟ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ହନୁମାନ।

ତୁଳା: ଆପଣ ବହୁତ କିଛି ଚିନ୍ତା କରିବେ ଯେଉଁଥିପାଇଁ ଭବିଷ୍ୟତରେ ଲାଭ ମିଳିବ। ସାମାଜିକ କାର୍ୟ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। ପୁଞ୍ଜି ବଜାରରୁ ଲାଭ ମିଳିବାର ସମ୍ଭାବନା। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ମିଳିପାରେ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ୟ୍ୟଦେବ।

ଧନୁ: ସମୟ ଆପଣଙ୍କ ପାଇଁ ଶୁଭପ୍ରଦ। ଚାକିରି ବୃତ୍ତିରେ ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ମିଳିବ। ନୂଆ ସାଥୀଙ୍କ ସହିତ ଭେଟ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମ ଅଧିକ କରିବାକୁ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ସମୟର ମହତ୍ତ୍ୱକୁ ବୁଝନ୍ତୁ। ଧୈର୍ୟ୍ୟ ଓ ସଂଯମ ରଖି କାମ କରନ୍ତୁ। କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ଚାକିରିରେ କିଛି ପରିବର୍ତ୍ତନ କିମ୍ବା ବଦଳି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

କୁମ୍ଭ: ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଆହୁରି ଭଲ ହେବ। ମହିଳାମାନେ ଅଳଙ୍କାର କିଣିବା ପାଇଁ ସହରକୁ ଯିବେ। ଶୁଭରଙ୍ଗ: ସବୁଜ। ଅରାଧନା: ମାଆ ଦୁର୍ଗା।

ମୀନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ବେପାର ଉଦ୍ୟୋଗରେ ଉନ୍ନତି ଯୋଗ ରହିଛି। ରାଜନୀତିରେ ଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More