Only for Entertainment

ଜାଣନ୍ତୁ ଆଜିର ରାଶିଫଳ

20

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆଜି ବିଶେଷ କାର୍ଯ୍ୟରେ ଯାତ୍ରାରେ ଯିବେ। ଅପରିଚିତଙ୍କ ସହିତ ସ˚ପର୍କ ହେବ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

 

 

 

ବୃଷ: ପୂଜାପାଠରେ ସମୟ ବିତିବ। ବହୁ ଦିନର ଚିନ୍ତା ଦୂର ହେବ। କୌଣସି କାମ କରିବା ଲାଗି ବଡ଼ ଲୋକଙ୍କ ସାହାଯ୍ୟ ପାଇପାରନ୍ତି। ଅଫିସରେ ଲାଗି ରହିଥିବା ବିବାଦ ସମାଧାନ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

 

 

ମିଥୁନ: ଈଷ୍ଟଦେବଙ୍କ ଆରାଧନା କରନ୍ତୁ ସମ୍ଭାବ୍ୟ ସ˚କଟ ଦୂର ହେବ। ଅଫିସ୍‌ରେ ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟ କରିବାର ଅଧିକ ସମୟ ଦେବେ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

 

 

 

 

କର୍କଟ: ଆପଣଙ୍କ ଜୀବନଶୈଳୀ ପାଇଁ ଦିନଟି ବଢ଼ିଆ ରହିବ। ମିତ୍ରଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ଭଲ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ଦାତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 

 

 

ସି˚ହ: ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତୁ, ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଅରମ୍ଭ ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

 

 

 

କନ୍ୟା: ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିିଁ। ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ବରୀ।

 

 

 

ତୁଳା: ଆପଣଙ୍କ ଭାବନା ଓ ବିଚାର ସକାରାତ୍ମକ ରଖନ୍ତୁ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। କୌଣସି ସମାରୋହରେ ନିକଟ ସ˚ପର୍କିୟଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କଥାରେ ସମସ୍ତଙ୍କୁ ପ୍ରଭାବିତ କରିପାରିବେ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନ ପ୍ରାପ୍ତିର ପ୍ରବଳ ସମ୍ଭାବନା ରହିଛି। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

 

 

ମକର: ସାରାଦିନ ଆଶାନ୍ତି ମୁକ୍ତ ରହିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ସନ୍ଧ୍ୟାରେ ପରିବାର ସହିତ ମଉଜ ମଜଲିସରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

 

 

କୁମ୍ଭ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କାରବାରରେ କିଛି ଏଭଳି କଥା ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

 

 

ମୀନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ଘରୋଇ କାମ ଲାଗି ପରିବାର ସହିତ କଥାବାର୍ତ୍ତା କରିବେ। ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More