Only for Entertainment

ଜାଣନ୍ତୁ ଆଜିର ରାଶିଫଳ

34

ମେଷ: ଆଜି ଆପଣଙ୍କ କାମ ଲାଗି ସ˚ଘର୍ଷ କରିବାକୁ ପଡ଼ିବ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ମହିଳାଙ୍କ ଭାବନା ପ୍ରତି ବିଶେଷ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ବର।

 

 

 

 

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପୁସ୍ତକ ବ୍ୟବସାୟୀଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ମିଥୁନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। କାରବାରରେ ପଇସା ଲଗାଣ ପାଇଁ ଭାବି ପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ।

 

 

 

 

କର୍କଟ: ପ୍ରଭୁଙ୍କ ଧୢାନରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ଧନ ଆଗମନର ଯୋଗ ରହିଛି। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀ ଗଣେଶ।

 

 

 

ସି˚ହ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

 

 

କନ୍ୟା: ଦିନଟି ବଢ଼ିଆ ରହିବ। କୌଣସି ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବେ। ବ୍ୟବସାୟ‌େର ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

 

 

ତୁଳା: ଆପଣଙ୍କ ମ‌େନାଭାବ ଭଲ ରହିବ। ଭାବିଥିବା କାମ ବିନା ବାଧାରେ ସ˚ପନ୍ନ ହେବ। ସମାଜରେ ମାନ-ସମ୍ମାନ ବଢ଼ିବ। ପ୍ରିୟଜନଙ୍କ ସହିତ ମିଳନ ଯୋଗ ରହିଛି। ଆୟର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନର ଭାଷାକୁ ଶୀଘ୍ର ବୁଝିନେବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ। ପ୍ରେମ ପ୍ରସଙ୍ଗ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

ଧନୁ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ହେବ। ମନର କଥା କାହାରିକୁ କହିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

 

 

 

ମକର: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। କୌଣସି ବିଶେଷ କାର୍ଯ୍ୟରେ ଫାଇଦା ମିଳିପାରେ। ଷ୍ଟକ ଓ ମ୍ୟୁଚୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

 

 

କୁମ୍ଭ: ଆର୍ଥିକ ଦୃଷ୍ଟିରୁ ଦିନଟି ଖୁବ ଭଲ ରହିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ପ୍ରିୟବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

 

 

ମୀନ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ବନ୍ଧୁଙ୍କ ଠାରୁ ଭଲ ଖବର ବା ଉପହାର ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More