Only for Entertainment

ଜାଣନ୍ତୁ ଆଜିର ରାଶିଫଳ

13

ମେଷ: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ବାକ୍ଷର କରିବେ। ଅଫିସ୍‌ରେ ପଦୋନ୍ନତିର ସୁଯୋଗ ରହିଛି। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷ: ଆଜି ଆପଣ ଊର୍ଜାବାନ ରହିବେ। ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟ‌େର ଅ˚ଶୀଦାର ସହିତ ଜରୁରୀ ଆଲୋଚନା କରିବେ। ପିଲା ଦିନର ସାଙ୍ଗଙ୍କ ପ୍ରୀତିଭୋଜନକୁ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆଜି ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ବୈ‌େଦଶିକ ବେପାର‌େର ବଡ଼ ସଉଦା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଅର୍ଥଲାଭ ପାଇଁ ଶୁଭ ଦିନଟିଏ। ବିଶେଷ ଯାତ୍ରାରେ ଯିବେ। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ବେପାରରେ ଅଚାନକ ଫାଇଦା ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ତାରିଣୀ।

କନ୍ୟା: ପୂଜାପାଠରେ ଅଧିକ ସମୟ ଦେବେ। ପତ୍ନୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବିଦେଶରେ କାରବାର ସ୍ଥାପନ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳା: ନିଜକୁ ଊର୍ଜାବାନ ଅନୁଭବ କରିବେ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

ବିଛା: ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: ଜୀବନ ଲାଗି ସଫଳତାର ଦିନଟିଏ। ଭାବିଥିବା କାମ ପୂରା ହେବ। ଏହା ଦ୍ବାରା ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ବାହନ କିଣିବା ଲାଗି ମନ ବଳିବ। ପ୍ରତିଯୋଗିତାରେ ଖୁବ୍‌ ଭଲ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

ମକର: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କାରବାରରେ ଲାଭ ହିଁ ଲାଭ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବି‌େଶଷ ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More