Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 40

ମେଷ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

ବୃଷ: ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ଆପଣଙ୍କର ସମସ୍ତ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରନ୍ତୁ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

ମିଥୁନ: ଧୈର୍ୟ୍ୟ ଧରି କାମ କରନ୍ତୁ; ସଫଳ ହେବେ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ଜୀବନସାଥୀ କୌଣସି କଥାକୁ ନେଇ ନାରାଜ ହୋଇପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହରିଶଙ୍କର।

କର୍କଟ: ବ୍ୟବସାୟରେ ପରିବର୍ତ୍ତନ ଦ୍ୱାରା ଆପଣଙ୍କ ଭାଗ୍ୟ ଉଜ୍ଜ୍ଵଳ ହେବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ପାଇଁ ଦିନଟି ଭଲ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭୈରବୀ।

ସିଂହ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ କାର୍ୟ୍ୟରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଘରେ ପୁଣ୍ୟକାର୍ୟ୍ୟ କରିପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

ତୁଳା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବନ୍ଧୁବର୍ଗଙ୍କ ସାହାଯ୍ୟ ସହଯୋଗ ପାଇବେ। ସାମାଜିକ ପରିଧି ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ବିଛା: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳ ପାଇବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରୀମାନେ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

ଧନୁ: ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅଚାନକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବିରଜା।

ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଦୁଃସାହସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ସମାଜରେ ମାନ-ସମ୍ମାନ ପାଇବେ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଅଫିସ୍‌ରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣିବାକୁ ପଡ଼ିପାରେ। ଆୟ ବ୍ୟୟର ସନ୍ତୁଳନ ବଜାୟ ରହିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସତ୍ୟନାରାୟଣ।

ମୀନ: ସାହସ ବଜାୟ ରଖନ୍ତୁ, ଆଜି ଆପଣଙ୍କୁ ଅଧିକତର କାମରେ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହେବ। ବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ। କୌଣସି ନୂଆ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More