Only for Entertainment

ଜାଣନ୍ତୁ ଆଜିର ରାଶିଫଳ

40

ମେଷ: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପରିବାରରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ହର ପାର୍ବତୀ।

 

 

 

 

ବୃଷ: ସଫଳତା ପାଇବାର ଦିନଟିଏ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ଶତ୍ରୁପକ୍ଷ ଦୂରେଇ ରହିବେ। ଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଧବଳେଶ୍ବର।

 

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଠିକ୍‌ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। କୌଣସି ସମ୍ମାନିତ ଲୋକଙ୍କ ମିଶିବାର ସୁଯୋଗ ମିଳିବ। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

 

 

 

କର୍କଟ: ଦିନଟି ଆପଣଙ୍କୁ ଢେ଼ରସାରା ଫାଇଦା ଦେବ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। କାମକୁ ଠିକ୍‌ ରୂପେ ସ˚ପାଦନା କରିବା ହେତୁ ସନ୍ତୋଷ ଅନୁଭବ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀକୃଷ୍ଣ।

 

 

 

ସି˚ହ: ପୁରୁଣା ବିଷୟକୁ ନେଇ ଚିନ୍ତନ ମନ୍ଥନରେ ସମୟ କଟିବ। ଗମ୍ଭୀର ମାମଲାକୁ ଶାନ୍ତି ଓ ଧୈର୍ଯ୍ୟ ଧରି ସମାଧାନ କରନ୍ତୁ। ଆର୍ଥିକ ସ୍ଥିତିରେ ଉଠାଣି-ଗଡ଼ାଣି଼ ଦେଖାଦେବ। ନୃତ୍ୟ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଗାୟତ୍ରୀ।

 

 

 

କନ୍ୟା: ଦୀର୍ଘ ଦିନରୁ କୌଣସି କଥାକୁ ନେଇ ମନରେ ଲାଗି ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ପଇସା କମେଇବା ପାଇଁ ନୂଆ ବିଚାର ପାଇବେ ଅଫିସରେ ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବିରଜା।

 

ତୁଳା: ଧାର୍ମିକ ଗତିବିଧିରେ ସମୟ ବିତିପାରେ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ବଢ଼ିବ ଯାହା କି ଭବିଷ୍ୟତରେ ଲାଭ ମିଳିବ। ଜୀବିକା କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

 

 

 

 

 

 

 

ବିଛା: ଭାଗ୍ୟ ଆପଣଙ୍କୁ ପୂରା ସହଯୋଗ ଦେବ। କିଛି ନୂଆ ଶିଖିବାର ସୁଯୋଗ ପାଇବେ। ସାମାଜିକ ସମାରୋହକୁ ଯାଆନ୍ତୁ ମାନ ସମ୍ମାନ ବୃଦ୍ଧି ହେବ। ପ୍ରେମ-ପ୍ରଣୟ ପାଇଁ ଚମତ୍କାର ସୁଯୋଗ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ କିଚକେଶ୍ବରୀ।

 

ଧନୁ: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ନୂଆ ଘର କରିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

 

 

 

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ରଚାନାତ୍ମକ କାମରେ ନାମ ହେବ। କାରବାରିଙ୍କୁ ବଡ଼ ଫାଇଦା ମିଳିବ। ପରିବାରର ଦାୟିତ୍ବକୁ ପୂରା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

 

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆପଣଙ୍କର ପ୍ରତିଷ୍ଠା ଲାଗି ଅବସର ମିଳିବ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମୀନ: କୌଣସି ଲକ୍ଷକୁ ନେଇ ଉତ୍ସୁକ ହେବେ। ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More