Only for Entertainment

ଜାଣନ୍ତୁ ଆଜିର ରାଶିଫଳ

42

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ହେବ। ଜୀବନରେ ଉନ୍ନତି ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆଜି ନିଜକୁ ଊର୍ଜାବାନ ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢ଼ଙ୍ଗରେ କାମ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମଜଲିସରେ ସମୟ ବିତିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ଶୁଭ ସୂଚନା ପାଇବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା କରନ୍ତୁ ନାହିଁ। ମାତା ପିତାଙ୍କର ସେବା କରନ୍ତୁ, ଉନ୍ନତି ହେବ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହୋଇଯିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। କାମକୁ ଠିକ୍‌ ରୂପେ ନିର୍ବାହ କରିବା ହେତୁ ସନ୍ତୋଷ ଅନୁଭବ କରିବେ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ତୁଳା: ଆଗକୁ ବଢ଼ିବାର ଦିନଟିଏ। ନିଜ ଉପରେ ବିଶ୍ବାସ ରଖନ୍ତୁ। କୌଣସି ନୂଆ ପରିଯୋଜନା ମିଳିପାରେ। ବ୍ୟବସାୟରେ ଫାଇଦା ହେବ। ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ କିଚକେଶ୍ବରୀ।

ବିଛା: ଆଜି ଆପଣଙ୍କୁ ଉଚିତ ସମୟର ସ˚ଜ୍ଞାନ କରିବାକୁ ହେବ। ନିଜ ବ୍ୟବହାରରେ ସ˚ଯମ ରଖନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ମିଳିପାରେ। ଶୁଭରଙ୍ଗ: ଗୋଳାପୀ। ଆରାଧନା: ମାଆ ତାରିଣୀ।

ଧନୁ: ବ୍ୟକ୍ତିତ୍ବ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ଘର ଓ ପରିବାରରେ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଜରୁରୀ କାମରେ ସଫଳତା ମିଳିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକିର ମିଳିବ। ପାରିବାରିକ ଜୀବନରେ ସୁଖୀ ରହିବେ। ଶୁଭରଙ୍ଗ: କଫିିରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କୁମ୍ଭ: ଦିନଟି ଠିକ୍‌ଠାକ୍‌ ରହିବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ କାର୍ଯ୍ୟରୂପ ଦେବା ଲାଗି ପ୍ରୟାସ କରିବେ। ଅଚାନକ କୌଣସି ଭଲ ଖବର ପାଇବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମୀନ: ଲୋକମାନଙ୍କ ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। କାମ ପ୍ରତି ବହୁତ ସକ୍ରିୟ ରହିବେ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଦାଂପତ୍ୟ ଜୀବନ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More