Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 44

ମେଷ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସ୍‌ରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଙ୍କର ମନ ଲେଖାପଢ଼ାରେ ଲାଗି ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଆଖଣ୍ଡଳମଣି।

ବୃଷ:ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କ୍ୟାରିୟର୍‌ ଗଢ଼ିବା ଲାଗି ଭଲ ପ୍ରସ୍ତାବ ମିଳିପାରେ। କାଚ ବ୍ୟବସାୟୀଙ୍କର ଉନ୍ନତି ହେବ। ଅଫିସ୍‌ କାମ ସମୟ ପୂର୍ବରୁ ପୂରା ହେବ। ପ୍ରେମିକାଙ୍କୁ ବିବାହ ଲାଗି ରାଜି କରାଇନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି। ପରିଧାନ ବ୍ୟବସାୟୀ ବିସ୍ତାର କରିପାରନ୍ତି। ଆର୍ଥିକ ପକ୍ଷ ମଜଭୁତ ହେବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ନାରାୟଣୀ।

କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ୍‌ରେ ଆପଣଙ୍କର ଆହୁରି ସମ୍ମାନ ବଢ଼ିବ। ବିଦେଶୀ ସମ୍ବନ୍ଧରେ ଆପଣଙ୍କୁ ଲାଭ ହୋଇପାରେ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଭଗବାନ ବିଷ୍ଣୁ।

ସିଂହ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ଅଫିସ୍‌ରେ ଆଜି ସନ୍ତୁଷ୍ଟ ରହିବେ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ବିଚାର କରିପାରନ୍ତି। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କନ୍ୟା: ଦିନଟି ନୂଆ ଖୁସି ନେଇ ଆସିଛି। କୌଣସି ମନୋରଂଜନ କାର୍ୟ୍ୟରେ ଯୋଗ ଦେଇପାରନ୍ତି। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ। ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

ତୁଳା: ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟମାନଙ୍କ ସହିତ ବ୍ୟବହାରରେ ସକାରାତ୍ମକ ରଖନ୍ତୁ। ପଇସା ସମ୍ବନ୍ଧିତ କୌଣସି ବଡ଼ ଫଇସଲା ନେବାରୁ ନିବୃତ୍ତ ରହନ୍ତୁ। ପତ୍ନୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଲୋକନାଥ।

ବିଛା: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟରେ ସଫଳତା ହାସଲ କରିବେ। ଅଟକିଥିବା ପଇସା ଆପଣଙ୍କୁ ମିଳିପାରେ। ପିଲାଙ୍କ ସହିତ ଭ୍ରମଣରେ ଯିବା ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ଧନୁ: ଆଜି ଆପଣ ଖୁବ୍‌ ଊର୍ଜବାନ୍‌ ଅନୁଭବ କରିବେ। ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କ ମନ କାମ ଧନ୍ଦାରେ ଲାଗି ରହିବ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ୱର।

ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟ କ୍ଷେତ୍ରରେ କରି ଆସୁଥିବା ପ୍ରୟାସରେ ସଫଳ ହେବେ। କାର୍ୟ୍ୟାଳୟରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କଟକଚଣ୍ଡୀ।

କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କାର୍ୟ୍ୟ କ୍ଷେତ୍ରରୁ ଏଭଳି ଅବସର ନେବେ ଯଦ୍ଦ୍ଵାରା ଭବିଷ୍ୟତ ଜୀବନ ଉଜ୍ଜ୍ଵଳମୟ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବଗଳାମୁଖୀ।

ମୀନ: ପୂଜାପାଠରେ ମନ ଅଧିକ ଲାଗି ରହିବ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ସମାଜରେ ମାନ-ସମ୍ମାନ ପାଇବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More