Only for Entertainment

ଜାଣନ୍ତୁ ଆଜିର ରାଶିଫଳ

35

ମେଷ: ରାଜନୀତିରେ ଅଧିକ ସମୟ ଚିନ୍ତିତ ରହିବେ। କୌଣସି ବି ପ୍ରକାର ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ବୃଷ: ସମୟ ଆପଣଙ୍କ ଲାଗି ବଢ଼ିଆ ରହିବ। ଭାବିଥିବା ସବୁ କାମ ସହଜରେ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବିରଜା।

ମିଥୁନ: ଦିନଟି ବଢ଼ିଆ ରହିବ। କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

କର୍କଟ: ପୂରା ଦିନ ଖୋଦ୍‌କୁ ସତେଜ ଅନୁଭବ କରିବେ। ବ୍ୟାବସାୟିକ ଯାତ୍ରା ଫଳପ୍ରଦ ହେବ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। ଆପଣଙ୍କ ପରାମର୍ଶ କାହାରି କାମରେ ଆସିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। ପରିବାରର ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ପାଇବେ। ନୂଆ ଭବନ କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

କନ୍ୟା: ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ। କୌଣସି ବିଶେଷ କାର୍ଯ୍ୟ ବନ୍ଧୁଙ୍କ ଦ୍ବାରା ଲାଭ ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ତୁଳା: ଆଜି ଆପଣ ସତ୍ୟର ସାଥ ଦେବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। ଅଫିସରେ ଶାନ୍ତିର ବାତାବରଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ବରୀ।

ବିଛା: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ଜୀବନସାଥୀଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବିତ ହେବ। ନୂଆ ଲୋକଙ୍କ ସହିତ ଟିକେ ସତର୍କ ରହନ୍ତୁ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମକର: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ଅବସର ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

 

 

କୁମ୍ଭ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। କୌଣସି ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ବିମଳା।

 

ମୀନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସମାଜ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଆମଦାନିର ନୂଆ ସ୍ରୋତ ମିଳିପାରେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More