Only for Entertainment

ଜାଣନ୍ତୁ ଆଜିର ରାଶିଫଳ

28

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଜରୁରୀ କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ବିଦେଶ ଯିବାର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ବୃଷ: ଖୋଦ୍‌କୁ ସତେଜ ଅନୁଭବ କରିବେ। ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କୌଣସି ଖୁସି ଖବର ପାଇବେ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ମିଥୁନ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଆପଣଙ୍କୁ କୌଣସି ଲାଭର ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: କୌଣସି ବି ପ୍ରକାର ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରର ପ୍ରସ୍ତାବ ମିଳିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। ଆପଣଙ୍କର କୌଣସି ଆଶା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। କୌଣସି କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ବିଛା: ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଆପଣ ଯେଉଁ କାମ ହାତକୁ ନେବେ ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ। ଅଫିସରେ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ଓକିଲଙ୍କ ପାଇଁ ଦିନଟି ଭଲ। ଆର୍ଥିକ ଲାଭ ମିଳିବା ହେତୁ ଖୁସି ରହିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ଗାୟତ୍ରୀ।

ମକର: ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆୟ ସାଧନ ବୃଦ୍ଧି ହେବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଶୁଭ ସ˚କେତ ନେଇ ଆସିବ। ଆପଣଙ୍କ ଠାରୁ ବଡ଼ମାନଙ୍କ ସେବା କରନ୍ତୁ, ସଫଳତାର ରାସ୍ତା ଉନ୍ମୁକ୍ତ ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ମୀନ: ପରିବାର ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ନେତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More