Only for Entertainment

ଜାଣନ୍ତୁ ଆଜିର ରାଶିଫଳ

45

ମେଷ: ଦିନଟି ଆଗକୁ ବଢ଼ିବାରେ ସହାୟକ ହେବ। ସରକାରୀ କାମରେ କୌଣସି ଲୋକଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଭଲ ପରିଣାମ ମିଳିବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ପୂଜା ପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆପଣ କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ହେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ତିକ୍ତ ଅନୁଭବରୁ ମିଠାଫଳ ପାଇବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ଫେସନ ଡିଜାଇନିଙ୍ଗ ଛାତ୍ରଙ୍କୁ ଲାଭ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବରିଷ୍ଠ ଲୋକ ନିଜର ବନ୍ଧୁଙ୍କ ସହିତ ମିଶିବେ। ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେବେ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରି ଯିବ। ଅଚାନକ ଧନପ୍ରାପ୍ତି ହେବ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ତାରିଣୀ।

 

ତୁଳା: ଆଜି ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବେ। ଆପଣ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ତୁରନ୍ତ ଫଇସଲାର ଲାଭ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଧିକତା ରହିବ। କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ଧନୁ: କୌଣସି ଜରୁରୀ କାମରେ ଯିବାକୁ ଥିଲେ, ଆତ୍ମବିଶ୍ବାସ ଅତୁଟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପରିଯୋଜନା ଉପରେ କଥା ହେବେ। କୋର୍ଟ କଚେରି ମାମଲାଠୁଁ ଦୂରେଇ ରହନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମକର: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇଆସିଛି। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବେପାରରେ ଅଟକି ଥିବା ପଇସା ପାଇବେ। ଘର ଲୋକଙ୍କ ସହିତ ସମ୍ବନ୍ଧ ଭଲରେ କଟିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି। ନୂଆ କୌଶଳ ଆପଣଙ୍କ ବେପାରରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

 

ମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଯାହା ବି ଫଇସଲା କରିବେ ଲାଭପ୍ରଦ ରହିବ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି। ଯୁବକଙ୍କୁ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More