Only for Entertainment

ଜାଣନ୍ତୁ ଆଜିର ରାଶିଫଳ

80

ମେଷ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ବଡ଼ ଆଇନ ପରାମର୍ଶଦାତାଙ୍କ ସାହାଯ୍ୟ ମିଳିବ। ଭବିଷ୍ୟତରେ ଆୟ ବୃଦ୍ଧି ଲାଗି ଯୋଜନା କରିବେ। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।

 

ବୃଷ: ଅଫିସରେ ଆଖପାଖର ଲୋକଙ୍କ ସହିତ ସାବଧାନ ରହନ୍ତୁ। କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପାଇବା ଲାଗି ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି ନେଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

 

 

ମିଥୁନ: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। କୌଣସି ନୂଆ ପରିଯୋଜନା ପୂରା କରିବା ଲାଗି ମନୋଯୋଗରେ କାମ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କର ଆପଣଙ୍କଠୁଁ କିଛି ଆଶା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

 

କର୍କଟ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ। ଲୋକମାନଙ୍କ ମଧୢରେ ଆପଣଙ୍କର ଅଲଗା ଛବି ଦେଖାଯିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଆର୍ଥିକ ପକ୍ଷ ମଜଭୁତ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସି˚ହ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କୌଣସି କାମରେ ପିତୃତୁଲ୍ୟ ବ୍ୟକ୍ତିଙ୍କଠାରୁ ପୂରା ସହଯୋଗ ମିଳିବ। ରାଜନୈତିକ ପରିଧି ବଢ଼ିବ। ପାରିବାରିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଛାତ୍ରଙ୍କର ବନ୍ଧୁଙ୍କ ସହିତ ମିଳାମିଶା ବଢ଼ିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

 

 

କନ୍ୟା: ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତାଇବେ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

ତୁଳା: ଆପଣଙ୍କ ଜୀବନରେ ଭାଗ୍ୟର ସାଥୀ ମିଳିବ। କ୍ୟାରିଅର ସହିତ ସ˚ଶ୍ଳିଷ୍ଟ ନୂଆ ସୁଯୋଗ ମିଳିପାରେ। ଅଫିସରେ କୌଣସି କାମ ପାଇଁ ଆପଣ ସମ୍ମାନିତ ହେବେ। ଜୀବନସାଥୀ ଆପଣଙ୍କ ସରଳତା ଉପରେ ପ୍ରଭାବିତ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା।

 

 

ବିଛା: ଦିନଟି ଉତ୍ତମ ରହିବ। ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ଯେଉଁ ମାନଙ୍କର ସୋ-ରୁମ ଅଛି, ସେମାନଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

 

ଧନୁ: ଦିନଟି ଆପଣଙ୍କ ପାଇଁ ସୁଖ ଓ ଶାନ୍ତିମୟ ରହିବ। ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଘରର କୌଣସି କାମରେ କରିବାକୁ ଥିବା ଯାତ୍ରା ଲାଭପ୍ରଦ ରହିବ। ଯେଉଁ ଛାତ୍ରମାନେ ପାର୍ଟ ଟାଇମ୍ (ଅ˚ଶକାଳିକ) ଚାକିରି କରିବାକୁ ଭାବୁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

 

ମକର: ଆଜି ଆପଣଙ୍କର ନିଜ ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। କୌଣସି ମାମଲାରେ ଆପଣ ଅଧିକ ବ୍ୟବହାରିକ ହେବେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

 

କୁମ୍ଭ: ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଭଲ ରହିବ। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ହେବ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ସନ୍ଧ୍ୟାରେ ଆପଣଙ୍କ ଘରେ ସମାରୋହର ଆୟୋଜନ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

 

ମୀନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ପୁରୁଣା ଚିନ୍ତା ସମାପ୍ତ ହେବ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଯନ୍ତ୍ରା˚ଶ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More