Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 41

ମେଷ: ଆପଣଙ୍କର ସକାରାତ୍ମକ ଚିନ୍ତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ ଆଖପାଖରେ ଆନନ୍ଦଦାୟକ ବାତାବରଣ ରହିବ। ଚାକିରି ବୃତ୍ତିରୁ ଆଶାନୁରୂପ ଫଳାଫଳ ପାଇବେ। ଶୁଭରଙ୍ଗ: କମଳା ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। ମିଠା କଥା କହି ନିଜର କାମ କରାଇନେବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ପରିବାରରେ ଢେର୍‌ସାରା ଖୁସି ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ମିଥୁନ: କୌଣସି କାମର ଶୁଭାରମ୍ଭ ପୂର୍ବରୁ ପରିବାରର ବଡ଼ଙ୍କ ସମ୍ମତି ନିଅନ୍ତୁ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ନେତୃତ୍ଵ ନେବାର କ୍ଷମତା ବୃଦ୍ଧି ପାଇବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ମହିଳାମାନେ ଜୀବନରେ ଆଗକୁ ଅଗ୍ରସର ହେବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ସିଂହ: ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ମିଳିବ। ଧନଲାଭର ନୂଆ ଅବସର ମିଳିପାରେ। ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

କନ୍ୟା: ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସହକର୍ମୀଙ୍କ ସହଯୋଗରେ ଅଧୁରା କାମ ପୂରା ହୋଇପାରେ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଭାଗ ନେବାର ସୁଯୋଗ ମିଳିବ। ଆପଣ ନିଜର ଯୋଜନାକୁ ରୂପରେଖ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ଧନୁ: ମନ ଅଶାନ୍ତ ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ବ୍ୟବସାୟରେ ପରିଧି ବଢ଼ିବ। ପରିବାରଲୋକ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

ମକର: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଉଧାର ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ଛାତ୍ରଛାତ୍ରୀମାନେ ଲେଖାପଢ଼ା ଲାଗି ସମୟର ରୁଟିନ ତିଆରି କରନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ପରିବାର ସହିତ ଅଧିକ ସମୟ କଟାଇବେ। ବିଦେଶରୁ କୌଣସି ଭଲ ଖବର ପାଇବେ। ସିନିୟର ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଏକାଗ୍ରତା ବଜାୟ ରଖନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ସାମାଜିକ କାର୍ୟ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ବାଧା ଦୂର ହେବ। ପ୍ରିୟବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More