Only for Entertainment

ଜାଣନ୍ତୁ ଆଜିର ରାଶିଫଳ

138

ମେଷ: ପ୍ରଭୁଙ୍କ ଆାରାଧନାରେ ମନକୁ ଶାନ୍ତି ମଳିବ। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଛାତ୍ରଛାତ୍ରୀଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ହର ପାର୍ବତୀ।

ବୃଷ: ଆଜି ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଆପଣ ନିଜର ଊର୍ଜାକୁ ଭଲ କାମରେ ଲଗାଇବେ। ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ। ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭାଇଙ୍କ ସହଯୋଗରେ ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ। ନ୍ୟାୟିକ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ସି˚ହ: ଧନ ସ˚ପଦ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ବନ୍ଧୁ ଆପଣଙ୍କୁ କୌଣସି କାମରେ ସାହାଯ୍ୟ କରିବେ। ମାତା-ପିତା ସନ୍ତାନଙ୍କ କ୍ୟାରିଅରକୁ ନେଇ ସଜାଗ ରହିବେ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ମଙ୍ଗଳା।

କନ୍ୟା: ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ସିନିଅରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ତୁଳା: ଆଜି ଆପଣଙ୍କ ସହିତ ଅନ୍ୟମାନଙ୍କ ସଂପର୍କ ଭଲ ରହିବ। କୌଣସି କାମ ସମ୍ବନ୍ଧୀୟ ଯାତ୍ରା ଲାଭଦାୟକ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାଙ୍କୁ ଆଜି ଜୀବନସାଥୀଙ୍କଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ବିଛା: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। ଆପଣଙ୍କ ପଇସା ଚିନ୍ତା ଦୂର ହେବ। ନୂଆ ବାହନ କିଣିବା ଲାଗି ମନ ବଳିବ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅଫିସରେ କୌଣସି ଖାସ୍‌ କାମ ଅଧୁରା ରହିପାରେ। ଆପଣଙ୍କୁ ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ମକର: ଆଜି ଆପଣ ଆଲୋଚକ ରୂପେ କାମ କରିବେ। କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାରବାରରେ ଉନ୍ନତି ହେତୁ ଆତ୍ମବିଶ୍ବାସ ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କର ଊର୍ଜାର ସ୍ତର ବଢ଼ିଆ ରହିବ। ଆପଣଙ୍କର କାମ ମନ ମୁତାବକ ହେବ। ଆପଣଙ୍କୁ ଅଚାନକ ଧନଲାଭ ହେବ। ପିଲା ଦିନର ସାଙ୍ଗ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More