Only for Entertainment

ଜାଣନ୍ତୁ ଆଜିର ରାଶିଫଳ

148

ମେଷ: ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ। ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବୃଷ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ପୂରା ଦିନ ନୂଆ ଊର୍ଜାର ସହିତ କାମ କରିବେ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ନିଜର ପରିବାରର ଦାୟିତ୍ବକୁ ପୂରା କରିବେ। ଇ˚ଜିନିୟର ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ବ୍ୟବସାୟ ମାମଲାରେ ଆପଣ ଯାତ୍ରା କରିବେ। ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ବାତାବରଣ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

ସି˚ହ: ଆଜି ଆପଣଙ୍କୁ ଭଲ ପରିଣାମ ମିଳିବା ଯୋଗ ରହିଛି। ଅନ୍ୟ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। ଚାକିରିରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ। ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: ପରିବାରରେ କୌଣସି ବଡ଼ଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। କାହାରିକୁ ଅତିଶୀଘ୍ର ବନ୍ଧୁ କରନ୍ତୁ ନାହିିଁ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। କାରବାରରେ ଉଢ଼ାଣ ଗଢ଼ାଣର ସ୍ଥିତି ଉତ୍ପନ୍ନ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଆପଣ ପ୍ରତ୍ୟେକ ଅସମ୍ଭବକୁ ସମ୍ଭବ କରିବାରେ ବଳ ରଖିବେ। ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଭବିଷ୍ୟତରେ ଲାଭଦାୟକ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭୈରବୀ।

ବିଛା: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ହେବ। ଇ˚ଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ଚୟନ ସରକାରୀ ଚାକିରିରେ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ଧନୁ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ସଫଳତା ହାସଲ କରିବା ପାଇଁ ତତ୍ପର ରହିବେ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ଜୀବନସାଥୀଙ୍କ ଉନ୍ନତିରେ ଜୀବନରେ ମଧୁରତା ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ମକର: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଆପଣଙ୍କର କୌଣସି ଖାସ୍‌ କାମ ସମୟରେ ପୂରା ହୋଇଯିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହର ପାର୍ବତୀ।

କୁମ୍ଭ: ନିଜ ଉପରେ ବିଶ୍ବାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ଆପଣଙ୍କର ମନର ଇଚ୍ଛା ପୂରା ହେବ। କାରବାରିଙ୍କୁ ଧନଲାଭ ହେବ। ମହିଳା ମାନଙ୍କୁ ଖାସ୍‌ ଖୁସି ଖବର ମିଳିବ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଶତ୍ରଙ୍କୁ ପରାସ୍ତ କରିବେ। କୌଣସି ନୂଆ ଦାୟିତ୍ବ ଅତିଶୀଘ୍ର ମିଳିବାର ସମ୍ଭାବନା। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More