Only for Entertainment

ଜାଣନ୍ତୁ ଆଜିର ରାଶିଫଳ

156

ମେଷ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ। ଚାକିରିଆଙ୍କୁ କାମ ଧନ୍ଦାରେ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

ବୃଷ: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଛୋଟ ଛୋଟ କଥାରେ କ୍ରୋଧ କରିବା ହେତୁ ଲୋକେ ଆପଣଙ୍କର ବିରୋଧ କରିପାରନ୍ତି। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ବରୀ।

ମିଥୁନ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। କାମ କରିବା ଲାଗି ନୂଆ ଉପାୟ ବାହାର କରିପାରନ୍ତି। ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହେବ। ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିପାରେ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। ଆର୍ଥିକ ଲାଭ ଲାଗି ନେଇଥିବା ଫଇସଲା ଲାଭଦାୟକ ହେବ। ଆପଣଙ୍କର ଦାୟିତ୍ବ ବୃଦ୍ଧି ହେବାର ସମ୍ଭାବନା। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ପରିବାର ଲୋକଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେତୁ ବ୍ୟଥା ଦୂର ହେବ। ଆମଦାନିର ନୂଆ ସ୍ରୋତ ମିଳିପାରେ। ମହିଳା ମାନଙ୍କର ସାହିତ୍ୟ ଗଳ୍ପ ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

କନ୍ୟା: ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଭାବିଥିବା କାମର ଗତି ମଜଭୁତ ରହିବ। କିଛି ଲୋକଙ୍କର ଆପଣ ଉନ୍ନତି କରାଇବେ। କାରବାରରେ ଯଥେଷ୍ଟ ଲାଭ ହେବ। ଛୋଟ ପିଲାମାନେ ପଢ଼ିବାରେ ରୁଚି ନେବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବିଛା: ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଅଫିସରେ ସମସ୍ତଙ୍କ ସହିତ ବଢ଼ିଆ ତାଳମେଳ ରହିବ। ଅଚାନକ ଧନପ୍ରାପ୍ତି ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

ଧନୁ: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିଛି। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ମକର: ପୁରୁଣା ଚିନ୍ତା ଭୁଲି ଆଗକୁ ବଢ଼ିବା ପାଇଁ ଭାବନ୍ତୁ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ। ପଇସା ସମ୍ବନ୍ଧିତ ବଡ଼ ଫଇସଲା ଭାବିଚିନ୍ତି ନିଅନ୍ତୁ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଲାଭପ୍ରଦ ହୋଇପାରେ। ଫେସନ ଡ଼ିଜାଇନିଙ୍ଗ ଛାତ୍ରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀମାତା।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ରହିବ। ଗବେଷଣାରେ ନୂଆ ପରିଯୋଜନା ମିଳିବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More