Only for Entertainment

ଜାଣନ୍ତୁ ଆଜିର ରାଶିଫଳ

46

ମେଷ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। କାରବାରକୁ ନେଇ ମନରେ ନୂଆ ବିଚାର ଆସିବ। ଅଫିସରେ ସହଜରେ କାର୍ଯ୍ୟ ନିର୍ବାହ କରିବେ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ବୃଷ: ଆଜି ଆପଣ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିମଳା।

 

ମିଥୁନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ମିତ୍ରଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

କର୍କଟ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବ୍ୟବସାୟ ଓ ଚାକିରିରେ ଅଧୁରା କାମ ପୂରା ହୋଇପାରେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ସି˚ହ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ। ବ୍ୟବସାୟରେ ଧନ ଲାଭର ସ˚କେତ ମିଳିବ। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

କନ୍ୟା: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

 

ତୁଳା: ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। କାରବାରରେ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କୀଚକେଶ୍ବରୀ।

 

ବିଛା: କୌଣସି ପୁରୁଣା କଥାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

 

ଧନୁ: ଆପଣଙ୍କ ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। କୌଣସି ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କାମ ପୂରା ହୋଇଯିବ। ରାଜନୀତିରେ ସୀମା ବଢ଼ାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମକର: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ବେପାରରେ ଅଟକିଥିବା ପଇସା ପାଇବେ। ପ୍ରିୟ ମିତ୍ରଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

 

 

 

କୁମ୍ଭ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଧନର ଆଗମନ ହେବ। ଧାର୍ମିକ ଅନୁଷ୍ଠାନ ପ୍ରତି ରୁଚି ବଢ଼ିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ଜୀବନସାଥୀଙ୍କ ସହିତ ସ˚ପର୍କ ମଧୁର ହେବ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀ ଗଣେଶ।

 

ମୀନ: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। କୌଣସି ଖାସ୍‌ ବିଷୟ ଉପରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ସାମାଜିକ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିବେ। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More