Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 44

ମେଷ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ନୂଆ ଉପକ୍ରମର ଶୁଭାରମ୍ଭ କରନ୍ତୁ, ଲାଭ ହେବ। ଅଫିସରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ। ଘରୋଇ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିମଳା।

ବୃଷ: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ପରାକ୍ରମ ବୃଦ୍ଧି ହେବ। ସାମାଜିକ କାର୍ୟ୍ୟରେ ସମୟ ଦେବେ। ଅସହାୟଙ୍କୁ ସହାୟତା କରିବେ। ଚାକିରିରେ ଉନ୍ନତି ହୋଇପାରେ। କାରବାର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

କର୍କଟ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କୁ ମନମୁତାବକ ଲାଭ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

ସିଂହ: ଜୀବନ ସୁଗମ ରହିବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ପ୍ରିୟବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶିକ୍ଷାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ସତ୍ୟନାରାୟଣ।

କନ୍ୟା: ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଆପଣଙ୍କର କିଛି ଆଶା ପୂରା ହୋଇଯିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଅଧୁରା କାମ ପୂରା କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଓ ମଜଭୁତ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରୀମାନଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

ବିଛା: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ରାଜନୀତିରେ ସୀମା ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ: ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିିଁ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଆଗକୁ ବଢ଼ିବାର ଦିନଟିଏ। ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ସାମାଜିକ କାର୍ୟ୍ୟରେ ଆପଣଙ୍କ ଭୂମିକା ପାଇଁ ମାନ ଓ ପ୍ରତିଷ୍ଠା ବଢ଼ିବ। ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

କୁମ୍ଭ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରିୟବନ୍ଧୁଙ୍କ ସହିତ ନିକଟ ଅଞ୍ଚଳକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ୱରୀ।

ମୀନ: ଆପଣଙ୍କର ଉତ୍ସାହ ଓ ମନୋବଳ ଦୃଢ଼ ରହିବ। ବନ୍ଧୁଙ୍କ ସହିତ ଲାଗିରହିଥିବା ଭୁଲ ବୁଝାମଣାର ସମାଧାନ ହୋଇଯିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More