Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 50

ମେଷ: ପୂଜାପାଠରେ ଅଧିକ ସମୟ ଦେବେ। ମନ ଅଶାନ୍ତିମୁକ୍ତ ରହିବ। ବିଦେଶରେ କାରବାର ସ୍ଥାପନ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ପଡ଼ୋଶୀଙ୍କ ସହିତ ସଂପର୍କ ମଧୁର ହେବ। ଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କାଳୀଜାଈ।

ବୃଷ: ଆପଣ ନିଜ ଉପରେ ଭରସା ରଖି କାମ କରନ୍ତୁ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଛାତ୍ରଛାତ୍ରୀମାନେ କ୍ୟାରିୟରରେ ବଡ଼ ସଫଳତା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ଟ୍ରାଭେଲ ଏଜେନ୍‌ସି ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ସୁସମ୍ବାଦ ପାଇ ଖୁସି ଅନୁଭବ କରିବେ। ପରିବାର ସହିତ ଅଧିକ ସମୟ କଟାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: ଆମଦାନି ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ। ଉଧାର ଦେଇଥିବା ପଇସା ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ସିଂହ: ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ପୁଞ୍ଜି ବଜାରରେ ଅର୍ଥନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ମହିଳାଙ୍କର ଚିତ୍ରାଙ୍କନ ଓ ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

କନ୍ୟା: ଦିନଟି ଲାଭଦାୟକ ରହିବ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ନୂଆ ଜମି କିଣିବା ପାଇଁ ଦିନଟି ଶୁଭ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ହନୁମାନ।

ତୁଳା: ଇଷ୍ଟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ପ୍ରତିଷ୍ଠା ଓ ପ୍ରସିଦ୍ଧି ପ୍ରାପ୍ତ କରିବେ। ଅଫିସ୍‌ରେ ଅନୁକୂଳ ବାତାବରଣ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିବ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

ବିଛା: ଆପଣଙ୍କ ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ବ୍ୟବସାୟରେ ବଡ଼ ସଉଦା ଲାଗି ସ୍ୱାକ୍ଷର କରିବେ। ଚାକିରିଆଙ୍କର କୌଣସି ମନସ୍କାମନା ପୂରଣ ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ।

ଧନୁ: ଆଜି ଆପଣ ଊର୍ଜାବାନ ରହିବେ। ପର୍ୟ୍ୟଟନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ। ।

ମକର: କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ। କୌଣସି ଜରୁରୀ କାମରେ ଯାତ୍ରାରେ ଯିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ସଉଦା କରିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଅର୍ଥଲାଭ ପାଇଁ ଶୁଭ ଦିନଟିଏ। ବିଶେଷ ଯାତ୍ରାରେ ଯିବେ। ଅଫିସ୍‌ରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ଠିକ୍‌ କରିବେ। ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଚାକିରିରେ ଅନୁକୂଳ ବାତାବରଣ ପାଇବା ପାଇଁ ପରିଶ୍ରମ ଅଧିକ କରିବେ। ଉଦାର ରହିଲେ ଆପଣଙ୍କୁ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ସମୟ ଦେବାକୁ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More