Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 43

ମେଷ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିିବେ ସେତେ ଲାଭ ପାଇବେ। ଜରୁରୀ କାମରେ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। ବିନା ଭାବିଚିନ୍ତି କାହାରିକୁ ଧନ ଉଧାର ଦିଅନ୍ତୁ ନାହିଁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଆଖଣ୍ଡଳମଣି।

ବୃଷ: ଭାଗ୍ୟର ସହଯୋଗ ପାଇବେ। ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ସୁଖ ସୁବିଧା ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଚାନକ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାର୍ୟ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହା ଦ୍ଵାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ୟ୍ୟଦେବ।

କର୍କଟ: କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ବଢ଼ିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ସଫଳତା ପାଇବେ। ପରିବାରଜନଙ୍କ ସହିତ ମତଭେଦ ବଢ଼ିପାରେ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

ସିଂହ: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ପରିଜନଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ କାରବାରରେ ଧନନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

କନ୍ୟା: ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ମିତ୍ରଙ୍କ ସହଯୋଗରେ କିଛି ଆଶା ପୂରା ହେବ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଶୁଭପ୍ରଦ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ଦୂର ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭର ନଜର ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ୱର।

ଧନୁ: ଆଜି ଆପଣ ଊର୍ଜା ଓ ଆତ୍ମବିଶ୍ୱାସ ଭରା ରହିବେ। କାର୍ୟ୍ୟକ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତିର ସମ୍ଭାବନା। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ୟ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଢେର୍‌ ଶୁଭଫଳ ଆଣିଦେବ। ଆପଣଙ୍କୁ ଖର୍ଚ୍ଚ କମାଇବା ପାଇଁ ବିଚାର ଦେବା ଲୋକ ମିଳିବେ। ଅଫିସ୍‌ରେ ବାତାବରଣ ଅନୁକୂଳ ରହିବ। ଘରୋଇ ଜିନିଷପତ୍ର କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଯୋଜନା ପ୍ରସ୍ତୁତ କରିବେ ଏବଂ କାର୍ୟ୍ୟକୁ ରୂପ ଦେବା ଲାଗି ପ୍ରୟାସ କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ସତ୍ୟନାରାୟଣ।

ମୀନ: ଆପଣଙ୍କ ବ୍ୟକ୍ତିତ୍ଵ ସୂର୍ୟ୍ୟ ଭଳି ଚମକିବ। ଚାକିରି ଓ ବ୍ୟବସାୟ ଉଭୟରୁ ଆର୍ଥିକ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More