Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ନୂଆ ପରିଯୋଜନାରେ କାମ କରିବେ। ପିଲାଙ୍କ ସହିତ ଯାତ୍ରା କରିବା ଲାଗି ଠିକ୍‌ ସମୟ। ନୃତ୍ୟ, ସଙ୍ଗୀତ ପ୍ରତି ରୁଚି ବଢ଼ିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିମଳା।

ବୃଷ: ଦୀର୍ଘ ଦିନରୁ କୌଣସି କଥାକୁ ନେଇ ମନରେ ଲାଗିଥିବା ଓଲଟପାଲଟ ସମାପ୍ତ ହୋଇଯିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ବ୍ୟବସାୟରେ ଭଲ ଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ଧର୍ମକ୍ଷେତ୍ରକୁ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଗବତୀ।

ମିଥୁନ: ମନରେ ଧାର୍ମିକ କାର୍ୟ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ବଢ଼ିବ; ଯାହା କି ଭବିଷ୍ୟତରେ ଲାଭ ଦେବ। ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଭାଗ୍ୟ ଆପଣଙ୍କୁ ପୂରା ସହଯୋଗ ଦେବ। ଚାକିରି ଓ ବ୍ୟବସାୟରୁ ଲାଭ ପାଇବେ। ସାମାଜିକ ସମାରୋହକୁ ଯାଆନ୍ତୁ; ମାନସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସିଂହ: ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେବେ। ଦାୟିତ୍ଵ ଗ୍ରହଣ କରିବାରେ ବିମୁଖ ହୁଅନ୍ତୁ ନାହିିଁ। କର୍ମଜୀବୀ ମହିଳାଙ୍କର ଅଫିସ୍‌ରେ ଉନ୍ନତି ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ରହିଛି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଅଫିସ୍‌ରେ ଆଜି କାମର ବୋଝ ବଢ଼ିପାରେ। କୌଣସି କଥାକୁ ନେଇ କ୍ରୋଧ ବଢ଼ିବ। ଅନ୍ୟମାନଙ୍କୁ ଏଭଳି ବଚନ ଦିଅନ୍ତୁ; ଯାହା ପୂରା କରିପାରିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

ତୁଳା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଛାତ୍ରମାନେ ପରୀକ୍ଷାରେ ଭଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ବିଛା: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ। କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରି କ୍ଷେତ୍ରରେ ଦାୟିତ୍ଵ ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

ଧନୁ: ଧର୍ମ କର୍ମରେ ରୁଚି ବଢ଼ିବ। ଗୁରୁଜନଙ୍କ ପ୍ରତି ମନରେ ଦୟାଭାବ ରହିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

ମକର: ସଫଳତା ପାଇବାର ଦିନଟିଏ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଘରେ ପୁଣ୍ୟକାର୍ୟ୍ୟ କରିବେ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ଆସିବ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଆପଣ ଗରମ ମିଜାଜରେ ରହିବେ। ଅନ୍ୟର ଭଲ କରନ୍ତୁ, ନିଜର ମଙ୍ଗଳ ହେବ। ବନ୍ଧୁମାନଙ୍କ ସହିତ ବସି ହାଲୁକା ଅନୁଭବ କରିବେ। ଟ୍ରାଭେଲ ଏଜେନ୍‌ସି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ତାରିଣୀ।

ମୀନ: ନୂତନ ଭାବେ କାରବାର ଆରମ୍ଭ କରିବା ଲାଗି ଦିନଟି ଶୁଭ। ମିତ୍ରଙ୍କ ସହାୟତା ପାଇବେ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More