Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
0 42

ମେଷ: ମାଆବାପାଙ୍କ ଆଶୀର୍ବାଦ ନିଅନ୍ତୁ, ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ଯାହା ଦ୍ଵାରା ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ନକାରାତ୍ମକ ଭାବନା ମନକୁ କବଳିତ କରିବ। ଶ୍ରମ-ପ୍ରୟାସ କରନ୍ତୁ; ସଫଳତା ପାଇବେ। ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ନେତା ଆପଣଙ୍କୁ ନୂଆ କାମ ଅର୍ପଣ କରିବେ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମିଥୁନ: ସୁଖ ଓ ସୌଭାଗ୍ୟ ପାଇବାର ଦିନଟିଏ। ଅଫିସ୍‌ରେ ଆପଣଙ୍କର ସ୍ଥିତି ମଜଭୁତ ହେବ। କୌଣସି ବିଶେଷ ଦାୟିତ୍ଵ ମିଳିପାରେ। ଧନର ଆଗମନ ହେବ। କାରବାର ସମ୍ବନ୍ଧିତ ଭଲ ଖବର ପାଇବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

କର୍କଟ: ସମୟ ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କୌଣସି ଇଚ୍ଛା ପୂରା ହେବ। ଉଚ୍ଚାଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଗୁପ୍ତେଶ୍ୱର।

ସିଂହ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ଆଜି ଆପଣ ଯଥେଷ୍ଟ ରୋମାଣ୍ଟିକ୍‌ ମନୋଭାବରେ ରହିବେ। ଜୀବନସାଥୀଙ୍କ ବିଚାର ସହିତ ମେଳ ରହିବ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନରୁ ଯଥେଷ୍ଟ ଲାଭ ପାଇବେ। ନୂଆ ଘର କିଣିବା ବା ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ତୁଳା: ଆଜି ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। କାର୍ୟ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇବେ। ଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ; ସଫଳତା ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ୟ୍ୟଦେବ।

ବିଛା: ଆପଣଙ୍କ ପାଇଁ ଦିନଟି ଅନୁକୂଳ। କ୍ୟାରିୟର୍‌ ଓ ଚାକିରିରେ ସଫଳତା ମିଳିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ବ୍ୟବସାୟ ବିସ୍ତାର ପାଇଁ ନୂଆ ସୁଯୋଗ ଆସିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

ଧନୁ: ପୂଜାପାଠ କାର୍ୟ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଧନାଗମର ଯୋଗ ରହିଛି। ବ୍ୟବସାୟରେ ପରିଧି ବଢ଼ିବ। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ। ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କାଳୀଜାଈ।

ମକର: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ଚାକିରିରେ ବଦଳି ଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

କୁମ୍ଭ: ଆପଣଙ୍କ ଆବଶ୍ୟକତାକୁ ପୂରା କରିବା ଲାଗି ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମୀନ: ଅଫିସ୍‌କୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣ ନିଜ ବ୍ୟବହାରରେ ଲୋକଙ୍କ ମନ ଜିଣିବେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ସଂପତ୍ତି ବିବାଦର ସମାଧାନ ହେବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More